ହାଇଦ୍ରାବାଦ: ନିକଟରେ BWFରେ ସ୍ବର୍ଣ୍ଣ ଜିତି ଭାରତକୁ ଗର୍ବିତ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁ । ତାଙ୍କର ଏହି ବିଜୟରେ ଭାରତ ଖୁସି ମନାଉଥିବାବେଳେ ତାଙ୍କ ବାୟୋପିକକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏକ ସାକ୍ଷାତକାରରେ ନିଜ ବାୟୋପିକକୁ ନେଇ ସିନ୍ଧୁ କହିଥିଲେ କି ସେ ଦୀପିକା ପାଦୁକୋନଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହାଁନ୍ତି ।
ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିବେ ସୋନୁ ସୁଦ । ଏହାସହ ସିନ୍ଧୁ ଫିଲ୍ମକୁ 2020 ପରେ କରିବାକୁ ଚାହୁଁଛନ୍ତି । 2020ରେ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଆଶା ରଖିଛନ୍ତି ସିନ୍ଧୁ । ଏହାପରେ ବାୟୋପିକ ନିର୍ମାଣ କରିବାକୁ ମତ ରଖିଛନ୍ତି ସେ ।
ଏହାସହ ଫିଲ୍ମରେ ସିନ୍ଧୁଙ୍କ କୋଚ ପୁଲେଲା ଗୋପୀଚାନ୍ଦଙ୍କ ଭୂମିକାରେ କିଏ ନଜର ଆସିବେ, ସେ ନେଇ ପ୍ରଶ୍ନ କରାଯାଇଥିଲା । ଅକ୍ଷୟ କୁମାରଙ୍କୁ କୋଚ ଭୂମିକାରେ ଦେଖିବାକୁ ମିଳିପାରେ ବୋଲି କହିଥିଲେ ସିନ୍ଧୁ ।