ETV Bharat / sitara

କୃଷକ ଆନ୍ଦୋଳନ ଉପରେ ଟ୍ବିଟ କରି ଫସିଲେ କୁଇନ

author img

By

Published : Dec 2, 2020, 2:10 PM IST

ବିବାଦ ଓ କଙ୍ଗନା ସବୁବେଳେ ପରସ୍ପର ସହ ଜଡିତ । ଏବେ ପୁଣି ତାଙ୍କ ବିରୋଧରେ ଏକ ନୋଟିସ ଜାରି କରାଯାଇଛି । ନିକଟରେ କୃଷକ ଆନ୍ଦୋଳନରେ କରିଥିବା ବିବାଦୀୟ ଟ୍ବିଟ ପାଇଁ ଫସିଲେ ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଢିଲା କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତଙ୍କ ସମସ୍ୟା । ନିକଟରେ କୃଷକ ଆନ୍ଦୋଳନରେ କରିଥିବା ଅପମାନଜନକ ଟ୍ବିଟ ପାଇଁ ସମସ୍ୟା ଘେରରେ ସେ । କୃଷି ନିୟମ ବିରୁଦ୍ଧରେ କୃଷକ ଆନ୍ଦୋଳନ ବିଷୟରେ କଙ୍ଗନା ଟ୍ବିଟ କରିଥିଲେ । ଯେଉଁଥିରେ ସେ ଜଣେ ମହିଳା ଆନ୍ଦୋଳନକାରୀଙ୍କୁ ଶାହିନବାଗର ଜେଜେମା ବିଲକିସ୍ ବାନୋ ବୋଲି ବର୍ଣ୍ଣନା କରିଥିଲେ ।

ଏହି ମାମଲାରେ ବର୍ତ୍ତମାନ ପଞ୍ଜାବ ଜିରାକପୁରର ଜଣେ ଆଇନଜୀବୀ କଙ୍ଗନାଙ୍କୁ ଆଇନଗତ ନୋଟିସ ଜାରି କରିଛନ୍ତି ଏବଂ ଏହି ବିବାଦୀୟ ଟ୍ବିଟ ପାଇଁ କ୍ଷମା ମାଗିବାକୁ କହିଛନ୍ତି ।

  • Punjab: Zirakpur lawyer sends legal notice to actor Kangana Ranaut demanding an apology over her tweet identifying an old woman at the farmers' protests as 'Bilkis Dadi'.

    'Bilkis Dadi' was a prominent protester at the Shaheen Bagh anti-CAA demonstrations in Delhi last winter. pic.twitter.com/RJNVPl8Buh

    — ANI (@ANI) December 2, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଏହା ବ୍ୟତୀତ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କ ଉପରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ମାମଲା ଚାଲିଛି । ବାନ୍ଦ୍ରା ପୋଲିସ ତିନିଥର ଅଭିନେତ୍ରୀଙ୍କୁ ସମନ ପଠାଇ ସାରିଲାଣି । ହେଲେ ବ୍ୟକ୍ତିଗତ ସମସ୍ୟା କହି ଏଯାବତ ନିଜ ବୟାନ ଦେବାକୁ ସେ ପୋଲିସ ଷ୍ଟେସନରେ ପହଞ୍ଚିନାହାଁନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଓକିଲଙ୍କ ଦ୍ବାରା ଆଉ କିଛି ଦିନ ସମୟ ମଗାଯାଇଥିଲା ଉପସ୍ଥିତ ହେବା ପାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.