ETV Bharat / sitara

‘ମଖନା’ପାଇଁ ବିବାଦରେ ହନି ସିଂହ - FIR

ଗୀତ ରିଲିଜ ହେବାର ପ୍ରାୟ 7 ମାସ ପରେ ବିବାଦ ଘେରକୁ ଆସିଛନ୍ତି ୟୋ ୟୋ ହନି ସିଂହ । ଗୀତ ‘ମଖନା’କୁ ନେଇ ଦେଖାଦେଇଛି ବିବାଦ । ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଗୀତ ବିରୋଧରେ କରିଛି ଅଭିଯୋଗ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 3, 2019, 9:37 PM IST

ହାଇଦ୍ରାବାଦ: ୟୋ ୟୋ ହନି ସିଂହଙ୍କ ଗୀତର ସମସ୍ତେ ଦିୱାନା । ତାଙ୍କ ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ । ମାତ୍ର ବଲିଉଡରେ ହନି ସିଂହ ଏବେ କମ ନଜର ଆସୁଛନ୍ତି । ଶେଷ ଥର ପାଇଁ ମଖନା ଗୀତରେ ନଜର ଆସିଥିଲେ । ଏହି ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ କରିଥିଲେ । ଗୀତଟି ବ୍ଲକବଷ୍ଟର ମଧ୍ୟ ହୋଇଥିଲା । ମାତ୍ର ଦୀର୍ଘ 7 ମାସପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ପଞ୍ଜାବ ରାଜ୍ୟ ମହିଳା ଆୟୋଗ କରିଛି ଅଭିଯୋଗ ।

makhna
ଫଟୋ ସୌଜନ୍ୟ: ଏ ଏନ ଆଇ

ଆୟୋଗର ମୁଖ୍ୟ ମନୀଷା ଗୁଲାଟି ଅଭିଯୋଗ ଆକାରରେ ଏକ ଚିଠି ଲେଖିଥିଲେ । ଗୀତରେ ମହିଳାଙ୍କ ପାଇଁ ଅଶ୍ଲୀଳ ଶବ୍ଦର ବ୍ୟବହାର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମନୀଷା । ଏନେଇ ହନି ସିଂହଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ମହିଳାଙ୍କ ପାଇଁ ଗୀତରେ ଅଶ୍ଲୀଳ ଓ ଅଭଦ୍ର ଧାଡିର ବ୍ୟବହାର କରାଯାଇଛି । ‘ମେ ହୁଁ ଓମେନାଇଜର’, ‘ସିଲିକନ ଗାର୍ଲ’ଭଳି ଶବ୍ଦର ବ୍ୟବହାର କରାଯାଇ ମହିଳାଙ୍କୁ ଅସମ୍ମାନ କରାଯାଇଛି ବୋଲି ଚିଠିରେ ଲେଖାଯାଇଛି । ଚିଠିରେ ଏହା ମଧ୍ୟ କୁହାଯାଇଛି କି ଟି-ସିରିଜର ମୁଖ୍ୟ ଭୁଷଣ କୁମାର, ନେହା କକ୍କଡ ଓ ହନି ସିଂହ ମିଶିକି ପ୍ରସ୍ତୁତ କରିଛନ୍ତି ।

ଏହାସହ 12 ଜୁଲାଇ ମଧ୍ୟରେ ନିଜ ମତ ରଖିବାକୁ ହନି ସିଂହକୁ ପୋଲିସ ସମୟ ଦେଇଛି । ପ୍ରକାଶଥାଉକି, ଗୀତଟି 2018 ଡିସେମ୍ବର 21ରେ ରିଲିଜ ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.