ETV Bharat / sitara

ଦର୍ଶକଙ୍କ ମନ ମୋହିଲାନି ସ୍ବରାଙ୍କ ‘ରସଭରୀ’, ବ୍ୟାନ ପାଇଁ ଦାବି - ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ସ୍ବରଙ୍କ ‘ରସଭରୀ’ଙ୍କୁ ନେଇ ବିବାଦ

ଗୁରୁବାର ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ସ୍ବରଙ୍କ ‘ରସଭରୀ’ଙ୍କୁ ନେଇ ବିବାଦ । ଏହାକୁ ବ୍ୟାନ କରିବାକୁ ଦର୍ଶକଙ୍କ ଦାବି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 26, 2020, 3:25 PM IST

ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କର ବର୍ତ୍ତମାନ ନିଜ ଆଗାମୀ ୱେବ ସିରିଜ ‘ରସଭରୀ’କୁ ନେଇ ଚର୍ଚ୍ଚାରେ । ଯାହାର ଜବରଦସ୍ତ ଟ୍ରେଲର ସହ ଏହାକୁ ଗୁରୁବାର ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରାଯାଇଥିଲା । ହୁଏତଃ ଏଥର ସ୍ବରାଙ୍କ ଯାଦୁ ଫ୍ୟାନ୍ସଙ୍କ ଉପରେ ଦେଖିବାକୁ ମିଳିନାହିଁ । କାରଣ ସିରିଜ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଏହାକୁ ବ୍ୟାନ କରିବାକୁ ଦାବି କରାଯାଉଛି । ସିରିଜ ପାଇଁ ସ୍ବରା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଛନ୍ତି । ଏହାସହ ତାଙ୍କ ଉପରେ ଅନେକ ମିମି ମଧ୍ୟ ସେୟାର କରିସାରିଲେଣି ୟୁଜର୍ସ ।

କଥାଟି ହେଲା ଯେ ‘ରସଭରୀ’କୁ ନେଇ ସ୍ବରା ଏକ ଟ୍ବିଟ କରି ଲେଖିଥିଲେ, ‘ବନ୍ଧୁ, ରସଭରୀ ଯାଦୁରୁ କେହି ବଞ୍ଚିପାରିବେ ନାହିଁ । ପରୀକ୍ଷା କରି ଦେଖନ୍ତୁ । ରସଭରୀ ପ୍ରାଇମ ଭିଡିଓ ଇନ ଓ ପ୍ରାଇମ ଭିଡିଓରେ ଏବେ ଷ୍ଟ୍ରିମ କରୁଛି । ନିହାତି ଦେଖବି ।’

ଯାହାର ପରେ ଦର୍ଶକ ସିରିଜ ଦେଖିଛନ୍ତି ସତ ହେଲେ ଯାହା ତାଙ୍କୁ ଆଦୌ ପସନ୍ଦ ଆସିନାହିଁ । କେହି ଏହି ସିରିଜକୁ ଫ୍ଲପ କହୁଛନ୍ତି ତ ଆଉ କେହି ନିଜ ସବ୍ସକ୍ରିପ୍ସନ ଆମାଜନ ପ୍ରାଇମରୁ କ୍ୟାନ୍ସେଲ କରିନେବେ କଥା କହିଛନ୍ତି । ଖାଲି ଏତିକି ନୁହେଁ ଟ୍ବିଟରରେ ଏବେ ସିରିଜକୁ ବ୍ୟାନ କରିବାକୁ ଦାବି ମଧ୍ୟ କରାଯାଉଛି ।

ଜଣେ ୟୁଜର ଲେଖିଛନ୍ତି, ‘ଏହି ଫିଲ୍ମ ବି ଗ୍ରେଡ ଓ ସି ଗ୍ରେଡ ଫିଲ୍ମଠୁ କମ ନୁହେଁ । ଏଥି ପାଇଁ ସରକାଙ୍କୁ ଏହା ଉପରେ ବ୍ୟାନ ଲଗାଇବା କଥା ।’ ଏହିପରି ସୋସିଆଲ ମିଡିଆରେ ସ୍ବରାଙ୍କ ମଧ୍ୟ ମଜାକ ଉଡାଇବାରେ ଲାଗିଛନ୍ତି ୟୁଜର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.