ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଯେଉଁଥିପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ହଜାର ହଜାର ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ଏହି ଭାଇରସ ବଲିଉଡରେ ହଇଚଇ ସୃଷ୍ଟି କରିଦେଇଛି । ଏବେ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଏବେ ଜଣାପଡିଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ନିର୍ମାତା ରାୟନ ଷ୍ଟିଫନଙ୍କର ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ରାୟନ କୋରୋନା ସଂକ୍ରମିତ ହୋଇଥିଲେ ।
ଏବେ ରାୟନଙ୍କର ଦେହାନ୍ତ ଖବର ଶୁଣି ବଲିଉଡ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ରାୟନ କିଆରା ଆଡଭାନୀଙ୍କ ଅଭିନୀତ 'ଇନ୍ଦୁ କି ଜବାନୀ' ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
ଏବେ ବଲିଉଡର ସେଲିବ୍ରିଟିମାନେ ରାୟନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
କିଆରା ରାୟନଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଆମର ପ୍ରିୟ ରାୟନ ବହୁତ ଶୀଘ୍ର ଆମକୁ ଛାଡି ଚାଲିଗଲେ ।
-
It’s so so shocking for all of us who knew this gentle soul .It really can’t be true!! I will miss you my friend RYAN ❤️ https://t.co/VDDkCMH6Kb
— manoj bajpayee (@BajpayeeManoj) May 29, 2021 " class="align-text-top noRightClick twitterSection" data="
">It’s so so shocking for all of us who knew this gentle soul .It really can’t be true!! I will miss you my friend RYAN ❤️ https://t.co/VDDkCMH6Kb
— manoj bajpayee (@BajpayeeManoj) May 29, 2021It’s so so shocking for all of us who knew this gentle soul .It really can’t be true!! I will miss you my friend RYAN ❤️ https://t.co/VDDkCMH6Kb
— manoj bajpayee (@BajpayeeManoj) May 29, 2021
ବରୁଣ ଇନଷ୍ଟାଗ୍ରାମରେ ରାୟନଙ୍କ ଫଟୋ ସେୟାର କରି ଲେଖିଛନ୍ତି, 'RIP Ryan' ।
ମନୋଜ ବାଜପେୟୀ ଚଳଚ୍ଚିତ୍ର ନିର୍ମାତା ସୁପର୍ଣ୍ଣ ଏସ ବର୍ମାଙ୍କ ପୋଷ୍ଟକୁ ରିଟ୍ବିଟ କରି ଲେଖିଛନ୍ତି, ପ୍ରିୟର ବନ୍ଧୁ ରାୟନ ଆଉ ନାହାଁନ୍ତି । ବନ୍ଧୁ ରାୟନ ମୁଁ ତୁମକୁ ବହୁତ ମିସ କରିବି'।