ମୁମ୍ବାଇ: ଅଭିନେତା ପ୍ରିୟାଂଶୁ ପେନୁଲି ଫିଲ୍ମ 'ରଶ୍ମୀ ରକେଟ୍'ର ଅନ୍ତିମ ସିଡ୍ୟୁଲର ସୁଟିଂ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ସେ ତାପସୀ ପନ୍ନୁଙ୍କ ସ୍ବାମୀ ଭୂମିକାରେ ନଜର ଆସିବେ ।
ପ୍ରିୟାଂଶୁ କହିଛନ୍ତି, 'ଜଣେ ଅଭିନେତା ହେବା ମୋତେ ସର୍ବଦା ନୂଆ ଜିନିଷ ଅନୁଭବ କରାଏ । ମୁଁ ଏହି ସ୍ଥାନକୁ ଭଲ ପାଏ । ଏହି ଚଳଚ୍ଚିତ୍ରରେ କାମ କରିବା ହେଉଛି ଏକ ନିଆରା ଅନୁଭୂତି ।
ପ୍ରିୟାଂଶୁ ଫିଲ୍ମର ମୁଖ୍ୟ କଳାକାର ତାପସୀ ପନ୍ନୁଙ୍କ ସହ ମଧ୍ୟ ଟ୍ରେନିଂ ଆରମ୍ଭ କରିଛନ୍ତି ।
ତାପସୀଙ୍କ ଠାରୁ ସ୍ପ୍ରିଣ୍ଟିଂ ଶିଖିବା ବିଷୟରେ ପ୍ରିୟାଂଶୁ କହିଛନ୍ତି ଯେ, 'ମୁଁ ନିଜକୁ ଫିଟ୍ ରଖିବା ପାଇଁ ସର୍ବଦା ପ୍ରାକୃତିକ ଉପାୟକୁ ଗ୍ରହଣ କରେ । ଫିଟ୍ ରହିବା ପାଇଁ ସ୍ପ୍ରିଣ୍ଟିଂ ହେଉଛି ଏକ ଉତ୍କୃଷ୍ଟ ଉପାୟ । ମୁଁ ବହୁତ ଖୁସି ଯେ ମୁଁ ଏହି ଚଳଚ୍ଚିତ୍ରର ଏକ ଅଂଶ ଅଟେ ।
ପ୍ରକାଶ ଥାଉ ଯେ,'ରଶ୍ମୀ ରକେଟ୍' ଚଳଚ୍ଚିତ୍ରଟି ଆକାଶ ଖୁରାନା ନିର୍ଦ୍ଦେଶନା ଦେଇଛନ୍ତି ।