ନୂଆଦିଲ୍ଲୀ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏକ ଗ୍ଲୋବାଲ ଷ୍ଟାର ହେବା ବ୍ୟତୀତ ଏକ ଇଣ୍ଟରନ୍ୟାସନାଲ ଫ୍ୟାଶନ୍ ଆଇକନ୍ । ଅଭିନେତ୍ରୀ ସର୍ବଦା ନିଜର ପୋଷାକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରିୟଙ୍କା ପ୍ରତ୍ୟେକ ଥର ତାଙ୍କ ଷ୍ଟାଇଲକୁ ନେଇ ଫ୍ୟାଶନକୁ ଭିନ୍ନ ଭାବରେ ବ୍ୟାଖ୍ୟା କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ସମୟରେ ପ୍ରିୟଙ୍କାଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ହିନ୍ଦୁ ଦେବୀ କାଳୀଙ୍କ ଚେହେରା ପ୍ରିଣ୍ଟ ହୋଇଥିବା ଏକ ଜ୍ୟାକେଟ ପିନ୍ଧିଛନ୍ତି।
ଏହି ଫଟୋରେ ପ୍ରିୟଙ୍କା ଷ୍ଟକିଙ୍ଗ୍ ଏବଂ ଲାଲ୍ ପୋଷାକ ସହ ଏକ ଜ୍ୟାକେଟ ପିନ୍ଧିଛନ୍ତି । ଏହି ଜ୍ୟାକେଟରେ ଦେବୀ କାଳୀଙ୍କ ଚେହେରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରିୟଙ୍କା ତାଙ୍କ ଓ୍ବେଷ୍ଟନ ଆଉଟଫିଟକୁ ଇଣ୍ତିୟାନ ଟଚ୍ ଦେଇଥିବାରୁ ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ବହୁ ପ୍ରଶଂସା କରିଛନ୍ତି ।
ପ୍ରକାଶ ଥାଉ ଯେ, ପ୍ରିୟଙ୍କା ବର୍ତ୍ତମାନ ଆମାଜନ ପ୍ରାଇମ ସୋ ସିଟାଡେଲର ସୁଟିଂ କରୁଛନ୍ତି। ଏଥିରେ ସେ ରିଚର୍ଡ ମ୍ୟାଡେନ୍ ଙ୍କ ସହ ନଜର ଆସିବେ ।