ETV Bharat / sitara

ମାସ୍କ ପିନ୍ଧି ଦିଲ୍ଲୀ ବୁଲିଲେ ଦେଶୀ ଗାର୍ଲ

ଅର୍ଜୁନ ରାମପାଲଙ୍କ ପରେ ଏବେ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ରଖିଲେ ପ୍ରତିକ୍ରିୟା । ନିଜର ଆଗାମୀ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ର ସୁଟିଂ ପାଇଁ ଦିଲ୍ଲୀରେ ଅଛନ୍ତି ପିସି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
author img

By

Published : Nov 4, 2019, 2:25 PM IST

ମୁମ୍ବାଇ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ନିକଟରେ ‘ଦ ସ୍କାଇ ଇଜ ପିଙ୍କ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଥିଲେ ନିର୍ମାତା, ଅଭିନେତା ଫରହାନ ଅଖତର । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ପ୍ରିୟଙ୍କା ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ଏବେ ପିସି ଦିଲ୍ଲୀରେ ‘ଦ ହ୍ବାଇଟ ଟାଇଗର’ର ସୁଟିଂରେ ବ୍ୟସ୍ତ । ଏହି କଥାର ସୂଚନା ଦେଇ ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ।

ଫଟୋରେ ସେ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି । ଅଭିନେତା ଅର୍ଜୁନ ରାମପାଲଙ୍କ ପରେ ଏବେ ପ୍ରିୟଙ୍କା ଦିଲ୍ଲୀ ବାୟୁ ପ୍ରଦୂଷଣ ବିଷୟରେ ଖୁଲାସା କରିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଦ ହ୍ବାଇଟ ଟାଇଗରର ସୁଟିଂ ଦିନ, ଏବେ ଏଠାରେ ସୁଟିଂ କରିବା ଏତେ କଠିନ ଯେ ଭାବିବା ବି ଅସମ୍ଭବ କି ଏପରି ପରିସ୍ଥିତିରେ ଏଠାରେ କିପରି ରହିବା । ଫିଲ୍ମ ଟିମର ଧନ୍ୟବାଦ କି ସେମାନେ ଆମ ପାଇଁ ଏୟାର ପ୍ୟୁରିଫାୟର ଏବଂ ମାସ୍କ ଭଳି ସୁବିଧା ରଖିଛନ୍ତି । ଗରିବ ଏବଂ ବାସହୀନ ଲୋକଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ସମସ୍ତେ ଦୟା କରି ନିଜ ନିଜର ଧ୍ୟାନ ରଖନ୍ତୁ ।’

ପ୍ରକାଶ ଥାଉକି କିଛି ଦିନ ହେବ ଦିଲ୍ଲୀର ବାୟୁ ପ୍ରଦୂଷଣ ଏତେ ବଢି ଯାଇଛି ଯେ ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେପଟେ ଦିଲ୍ଲୀର ସ୍କୁଲ ମଧ୍ୟ କିଛି ଦିନ ପାଇଁ ବନ୍ଦ କରାଯାଇଛି ।

Intro:Body:

LIPINA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.