ହାଇଦ୍ରାବାଦ: ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ନିଜ ପରିବାର ପ୍ରତି ଅତି ନିକଟତର । ସବୁବେଳେ ନିଜ ପରିବାର ସହ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି । ତେବେ ପ୍ରିୟଙ୍କାଙ୍କ ପିତା ଅଶୋକ ଚୋପ୍ରାଙ୍କ ଆଜି(10 ଜୁନ) ଶ୍ରାଦ୍ଧ ବାର୍ଷିକୀ । ଆଜିର ଦିନରେ ପିତାଙ୍କୁ ମନେ ପକାଇଛନ୍ତି ପ୍ରିୟଙ୍କା । ସୋସିଆଲ ମିଡିଆରେ ପିତାଙ୍କ ସହ ଫଟୋ ପୋଷ୍ଟ କରି ଇମୋଶନାଲ ହୋଇଛନ୍ତି ।
ତେବେ 10 ଜୁନ 2013ରେ ଅଶୋକ ଚୋପ୍ରାଙ୍କ କ୍ୟାନ୍ସରରେ ଦେହାନ୍ତ ହୋଇଥିଲା । ପିତାଙ୍କ ମୃତ୍ୟୁ ପରେ ପୁରା ପରିବାରକୁ ପ୍ରିୟଙ୍କା ସମ୍ଭାଳିଥିଲେ । କେବଳ ଆଜି ନୁହେଁ ବରଂ ଅଧିକାଂଶ ସମୟରେ ପିତାଙ୍କୁ ନେଇ ଇମୋଶନାଲ ହୁଅନ୍ତି ପ୍ରିୟଙ୍କା ।
ପ୍ରକାଶଥାଉକି, ପ୍ରିୟଙ୍କାଙ୍କ ପିତା ପେଶାରେ ଜଣେ ଡାକ୍ତର ଥିଲେ । ଅଶୋକ ଚୋପ୍ରାଙ୍କ ମୃତ୍ୟୁ ପରେ ମୁମ୍ବାଇର ଅନ୍ଧେରିରେ ଥିବା ଏକ ରୋଡର ନାମ ତାଙ୍କ ନାମ ଅନୁସାରେ ଲେଫ୍ଟନାଣ୍ଟ କର୍ଣ୍ଣଲ ଅଶୋକ ଚୋପ୍ରା ମାର୍ଗ ରଖାଯାଇଥିଲା । ତେବେ ପ୍ରିୟଙ୍କା ଏବେ ଭାରତରେ ‘ଦି ସ୍କାଏ ଇଜ ପିଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।