ETV Bharat / sitara

Miss you Dad: ବିବାହ ବାର୍ଷିକୀ ବାପା-ମାଆଙ୍କ ରୋମାଣ୍ଟିକ ଫଟୋ ସେୟାର କଲେ ପ୍ରିୟଙ୍କା - ମଧୁ ଅଖୋରି ବିବାହ ବାର୍ଷିକୀ

ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଜରିଆରେ ଦିବଂଗତ ବାପା ଅଶୋକ ଚୋପ୍ରାଙ୍କୁ ମନେ ପକାଇଛନ୍ତି। ଆଜି ଅଭିନେତ୍ରୀଙ୍କ ବାପା-ମାଆଙ୍କ ବିବାହ ବାର୍ଷିକୀ। ଅଭିନେତ୍ରୀ ତାଙ୍କ ପିତାଙ୍କ ସ୍ମୃତିରେ ଏକ ସୁନ୍ଦର ପୋଷ୍ଟ ସେୟାର କରି ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ବିବାହ ବାର୍ଷିକୀ ବାପା-ମାଆଙ୍କ ରୋମାଣ୍ଟିକ ଫଟୋ ସେୟାର କଲେ ପ୍ରିୟଙ୍କା

author img

By

Published : Feb 19, 2022, 10:08 PM IST

ହାଇଦ୍ରାବାଦ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଖାସ୍‌ ସକ୍ରିୟ। ସେ ସବୁବେଳେ ଫ୍ୟାନ୍ସଙ୍କ ସହ କିଛି ନା କିଛି ପୋଷ୍ଟ ସେୟାର କରିଥାନ୍ତି । ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ଦିବଂଗତ ବାପା ଅଶୋକ ଚୋପ୍ରାଙ୍କୁ ମନେ ପକାଇଛନ୍ତି, କାରଣ ଅଭିନେତ୍ରୀଙ୍କ ବାପା-ମାଆଙ୍କ ଆଜି ବିବାହ ବାର୍ଷିକୀ। ଅଭିନେତ୍ରୀ ତାଙ୍କ ପିତାଙ୍କ ସ୍ମୃତିରେ ଏକ ସୁନ୍ଦର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରି ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି ।

ବିବାହ ବାର୍ଷିକୀ ବାପା-ମାଆଙ୍କ ରୋମାଣ୍ଟିକ ଫଟୋ ସେୟାର କଲେ ପ୍ରିୟଙ୍କା
ବିବାହ ବାର୍ଷିକୀ ବାପା-ମାଆଙ୍କ ରୋମାଣ୍ଟିକ ଫଟୋ ସେୟାର କଲେ ପ୍ରିୟଙ୍କା

ନିଜ ଇନଷ୍ଟାଗ୍ରାମ କାହାଣୀରେ ତାଙ୍କ ବାପା-ମାତାଙ୍କର ଏକ ଫଟୋ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ମୁଁ ତୁମ ବିବାହ ବାର୍ଷିକୀକୁ ସର୍ବଦା ଏମିତି ମନେ ପକାଏ । ମୁଁ ତୁମକୁ ମନେ ପକାଉଛି ବାପା । ମୁଁ ତୁମକୁ ଭଲପାଏ।" ପ୍ରିୟଙ୍କା ଚୋପ୍ରା ସେୟାର କରିଥିବା ଫଟୋରେ ତାଙ୍କ ବାପା ତାଙ୍କ ମାଆ ମଧୁ ଅଖୋରି ଚୋପ୍ରାଙ୍କୁ ଗୋଲାପ ଦେଉଥିବାର ନଜର ଆସିଛି । ଏହି ଫଟୋରେ ଉଭୟଙ୍କ ହସ ଏହି ମାହୋଲକୁ ଆହୁରି ସୁନ୍ଦର କରୁଛି ।

ଉଲ୍ଲେଖନୀୟ ଯେ, 2013 ମସିହାରେ ପ୍ରିୟଙ୍କା ଚୋପ୍ରାଙ୍କ ବାପାଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଥିଲା। ପ୍ରିୟଙ୍କା ତାଙ୍କ ବାପାଙ୍କ ସହ କେତେ ନିକଟତର ଥିଲେ ଆପଣ ଏହି କଥାର ଅନୁମାନ ଅଭିନେତ୍ରୀଙ୍କ ହାତରେ ହୋଇଥିବା ଟାଟୁରୁ କରିପାରିବେ । ଯେଉଁଥିରେ ଲେଖା ଅଛି 'ବାବାଙ୍କ ଲିଲ୍ ଗାର୍ଲ' । ନିକଟରେ ପ୍ରିୟଙ୍କା ଚୋପ୍ରା ସରୋଗେସି ମାଧ୍ୟମରେ ଗୋଟିଏ ସନ୍ତାନର ମାଆ ହୋଇଛନ୍ତି । ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ କି, ସେ ଏବଂ ନିକ ପିତା-ମାତା ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.