ମୁମ୍ବାଇ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଶାଶୁଘରେ ଅଛନ୍ତି । ଖୁବ୍ ଶୀଘ୍ର ତାଙ୍କ ଶାଶୁଘରେ ଆଉ ଏକ ବିବାହ ଉତ୍ସହ ହେବାକୁ ଯାଉଛି । ଆଉ ବିବାହର ପ୍ରସ୍ତୁତି ଆରମ୍ଭ କରିଦେଲେଣି ପିସି । ଆଜ୍ଞା ହଁ, ନିକ ଜୋନସଙ୍କ ବଡ ଭାଇ ତଥା ଗାୟକ, ଅଭିନେତା ଜୋ ଜୋନସ 'ଗେମ ଅଫ ଥ୍ରୋନ୍ସ' ଫେମ ସୋଫି ଟର୍ନରଙ୍କ ସହ ଫ୍ରାନ୍ସରେ ଦ୍ବିତୀୟଥର ବିବାହ କରିବାକୁ ଯାଉଛନ୍ତି । ବିବାହ ପ୍ରସ୍ତୁତି ପାଇଁ ପୂର୍ବରୁ ପ୍ରିୟଙ୍କା ପ୍ୟାରିସରେ ପହଞ୍ଚିସାରିଲେଣି ।
ଗତ ରବିବାର ପିସି ଇନଷ୍ଟାଗ୍ରାମରେ ସୋଫିଙ୍କ ସହ ଏକ ସେଲ୍ଫି ଫଟୋ ସେୟାର କରି ଲେଖିଛନ୍ତି 'ହର' । ଅନ୍ୟପଟେ ସୋଫି ମଧ୍ୟ କ୍ୟୁଟ କମେଣ୍ଟ କରି ଲେଖିଛନ୍ତି 'ଆଇ ଲଭ ୟୁ' । ଆଜି ମଧ୍ୟ ପିସି ଓ ନିକଙ୍କ ଅନେକ ଫଟୋ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି ।
ଯେଉଁଥିରେ ପିସି, ନିକଙ୍କ ସହ ପ୍ୟାରିସରେ ବୁଲୁଥିବାର ନଜର ଆସୁଛନ୍ତି । ପ୍ରକାଶ ଥାଉକି ଜୋ ଓ ସୋଫି ଗତ ମାସରେ ଲସ ଭେଗସରେ ବିବାହ କରିଥିଲେ । ଏବେ ସେ ପରିବାର ଓ ବନ୍ଧୁ ଗହଣରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ୟୁରୋପରେ ସୋଫି ବିବାହ ପୂର୍ବରୁ ବ୍ୟାଚଲର ପାର୍ଟିର ମଧ୍ୟ ଆୟୋଜନ କରିସାରିଛନ୍ତି ।