ETV Bharat / sitara

ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରିୟଙ୍କାଙ୍କ 10 ହଜାର ଜୋତା ଦାନ - ପ୍ରିୟଙ୍କା ଚୋପ୍ରା ସହଯୋଗ କାର୍ଯ୍ୟରେ ସକ୍ରିୟ

15ଟି ସଂଗଠନକୁ ଦାନ କରିବା ପରେ ଏବେ ପ୍ରିୟଙ୍କାଙ୍କ ବଡ ଘୋଷଣା। ଲସ ଆଞ୍ଜେଲସ ଓ ଭାରତର ସ୍ବାସ୍ଥ୍ୟକର୍ମୀଙ୍କୁ ଯୋଗାଇବେ ଜୋତା।

_priyanka chopra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
author img

By

Published : Apr 22, 2020, 12:52 PM IST

ମୁମ୍ବାଇ: ଏହି ମହାମାରୀରେ ସେଲିବ୍ରିଟି ନିଜ ଦ୍ବାରା ଯାହା ସମ୍ଭବ ତାହା କରିବାରେ ଲାଗିଛନ୍ତି। କିଏ ସୋସିଆଲ ମିଡିଆରେ ସଚେତନା ବାର୍ତ୍ତା ଦେଉଛି ତ ଆଉ କିଏ ଆର୍ଥିକ ରୂପେ ସାହାଯ୍ୟ କରୁଛନ୍ତି। ସେହିପରି କିଛି ସେଲିବ୍ରିଟି ଶ୍ରମିକ, ଦିନ ମଜୁରିଆଙ୍କୁ ଖାଦ୍ୟା ମଧ୍ୟ ଯୋଗାଉଛନ୍ତି। ଅନ୍ୟପଟେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ସହଯୋଗ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ସେ ଅସହାୟଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି।

ସେ ନିଜ ସ୍ବାମୀ ନିକ ଜୋନସଙ୍କ ସହ ମିଶି 15 ସଗଠନକୁ ଦୈନିକ ବେତନ, ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ଦାନ କରିସାରିଛନ୍ତି। ଆଉ ଏହି କଠିନ ସମୟରେ ଚାରି ମହିଳାଙ୍କୁ ତାଙ୍କ ନିସ୍ବାର୍ଥ ପ୍ରୟାସ ପାଇଁ ପୁରସ୍କୃତ ମଧ୍ୟ କରିଛନ୍ତି।

ଆଉ ଏବେ ପ୍ରିୟଙ୍କା ଭାରତ ଓ ଲସ ଆଞ୍ଜେଲସରେ 10 ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଜୋତା ଦାନ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏହାର ସୂଚନା ଦେଇ ସେ ଲେଖିଛନ୍ତି, ‘ଦୁନିଆର ସ୍ବାସ୍ଥ୍ୟକର୍ମୀ ଆମର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିନ-ରାତି କାମ କରୁଛନ୍ତି ଆଉ ଫ୍ରଣ୍ଟଲାଇନରେ ଆମ ପାଇଁ ଲଢୁଛନ୍ତି । ତାଙ୍କ ସାହସ, ବଳିଦାନ ଏହି ମହାମାରୀଙ୍କୁ ଅସଂଖ୍ୟ ଜୀବନ ବଞ୍ଚାଉଛି। ଆମେ ଭାବି ମଧ୍ୟ ପାରିବା ନାହିଁ ଯେ ଗତ କିଛି ସପ୍ତାହରୁ ତାଙ୍କ ଜୋତାର ଅବସ୍ଥା କଣ ହୋଇଥିବ। @crocs ହଜାର ଯୋଡି ଜୋତା ଦାନ କରିବାକୁ ନିଷ୍ପତ୍ତି ନେଇଛି । ତାଙ୍କ ସହ ଏହି ପ୍ରାୟସରେ ସାମିଲ ହେବାକୁ ନେଇ ମୁଁ ଗର୍ବିତ।’

ପ୍ରକାଶ ଥାଉକି ଲସ ଆଞ୍ଜେଲସରେ ସ୍ବାସ୍ଥ୍ୟକର୍ମୀଙ୍କୁ 10 ହଜାର ଯୋଡି ଜୋତା ଏବଂ ପୁରା ଭାରତର ସ୍ବାସ୍ଥ୍ୟକର୍ମୀଙ୍କୁ 10 ହଜାରରୁ ଅଧିକ ଯୋଡି ଜୋତା ଦାନ କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.