ମୁମ୍ବାଇ: ୱିଙ୍କ ଗାର୍ଲ ପ୍ରିୟା ପ୍ରକାଶ ୱାରିୟର ନିକଟରେ ସୋସିଆଲ ମିଡିଆରୁ ଗାୟବ ହୋଇଯାଇଥିଲେ । ଆଉ ଦୁଇ ଦିନ ପୂର୍ବରୁ ପୁଣିଥରେ ସୋସିଆଲ ମିଡିଆରେ ସାମିଲ ହୋଇ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ଏବେ ତାଙ୍କର ପୁଣି ଦମଦାର ଅନ୍ଦାଜ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ନିଜର ଏକ ଡାନ୍ସ ଭିଡିଓ ସେୟାର କରି ଚର୍ଚ୍ଚାରେ ସେ ।
- " class="align-text-top noRightClick twitterSection" data="
">
ଭିଡିଓରେ ସେ ବି-ଟାଉନର ନୀଳ ନୟନା ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଫେମସ ଫିଲ୍ମ ‘ତାଲ’ର ଟାଇଟଲ ଟ୍ରାକରେ ଶାନଦାର୍ ଡାନ୍ସ କରୁଥିବାର ଦେଖାଯାଉଛନ୍ତି । ଏହି ଭିଡିଓଟିକୁ ସେ ନିଜ ଘରେ ସୁଟ କରିଛନ୍ତି । ସେ ବସି ବସି ଡାନ୍ସ କରିବା ସହ ଗୀତରେ ଦମଦାର ଏକ୍ସପ୍ରେସନ ଦେଉଛନ୍ତି ।
ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘କିଛି ନୂଆ କରିବାର ଚେଷ୍ଟା । ମୁଁ ଜାଣିଛି ଯେ ଏହି କୋରିଓଗ୍ରାଫି ସହ ମୁଁ ଆଦୌ ନ୍ୟାୟ କରିନାହିଁ । ଭୁଲକୁ ଅଣଦେଖା କରନ୍ତୁ । ମୁଁ ଚେଷ୍ଟା କରୁଛି । ଆଶା ମଧ୍ୟ କରୁଛି ଯେ ଏହା ଆପଣଙ୍କୁ ପସନ୍ଦ ଆସିବ ।’