ETV Bharat / sitara

ମାଧବନଙ୍କ ଫିଲ୍ମ ‘ରକେଟ୍ରି’ର ପ୍ରଶଂସାରେ ମୋଦି - ଆର ମାଧବନଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’

ବାସ୍ତବ କାହାଣୀକୁ ନେଇ ଆଧାରିତ ଫିଲ୍ମ ‘ରକେଟ୍ରି’ର ଜବରଦସ୍ତ ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଯାହାର ପ୍ରଶଂସା କରିଛନ୍ତି ପିଏମ ମୋଦି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 6, 2021, 9:40 AM IST

ମୁମ୍ବାଇ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନେତା ଆର ମାଧବନଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’ର ଖୁବ୍ ପ୍ରଶଂସା କରିଥିଲେ । ଏହାସହ ସେ ଜଣାଇଛନ୍ତି ଯେ ଏହି ଫିଲ୍ମରେ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ରଖାଯାଇଛି । ଯାହା ବିଷୟରେ ଦେଶବାସୀ ଜାଣିବା ଉଚିତ୍ । ସେପଟେ ମାଧବନ ଏବଂ ବୈଜ୍ଞାନିକ ଏସ୍ ନମ୍ବି ନାରାୟଣ ସୋମବାର ପିଏମ ମୋଦିଙ୍କୁ ଭେଟିଥିଲେ ।

  • Thank you so very much sir. We cannot agree more.The entire team and I will put in our best efforts to make sure that happens. Thank you so much again. 🙏🙏🇮🇳🇮🇳 https://t.co/1qT0XeOtWw

    — Ranganathan Madhavan (@ActorMadhavan) April 5, 2021 " class="align-text-top noRightClick twitterSection" data=" ">

ଏହା ପରେ ମୋଦି ଟ୍ବିଟ କରି ଲେଖିଥିଲେ, ‘ମାଧବନ ତୁମ ସହ ଏବଂ ପ୍ରତିଭାବାନ ନମ୍ବି ନାରାୟଣଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ । ଫିଲ୍ମଟି ଏକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଅନ୍ତର୍ଭୁକ୍ତ କରେ ଯାହା ବିଷୟରେ ଅଧିକ ଲୋକ ଜାଣିବା ଉଚିତ୍ । ଆମର ବୈଜ୍ଞାନିକ ଏବଂ ଟେକ୍ନିସିଆନମାନେ ଆମ ଦେଶ ପାଇଁ ବହୁତ ବଳିଦାନ ଦେଇଛନ୍ତି, ଯାହାର ଝଲକ ମୁଁ ରକେଟ୍ରିର କ୍ଲିପରେ ଦେଖିପାରିଛି ।’

ସେପଟେ ପିଏମଙ୍କୁ ଧନ୍ୟବାଦ ଜଣା ତାଙ୍କ ସହ ବୈଠକର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ପ୍ରକାଶ ଥାଉକି ଫିଲ୍ମର କାହାଣୀ ଭାରତୀୟ ବୈଜ୍ଞାନିକ ତଥା ଏରୋସ୍ପେସ୍ ଇଞ୍ଜିନିୟର ନମ୍ବି ନାରାୟଣଙ୍କ ଜୀବନୀ ନେଇ ଆଧାରିତ। ଯାହା ଝଲକ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଥିଲା । ଯାହାର ପ୍ରଶଂସା କରିସାରିଛନ୍ତି ଅନେକ ସେଲିବ୍ରିଟି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.