ETV Bharat / sitara

ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଚିତ୍ରା ଆତ୍ମହତ୍ୟା କରିଥିବା ସୂଚନା

author img

By

Published : Dec 11, 2020, 9:41 AM IST

କିଛି ଦିନ ପୂର୍ବରୁ ମିଳିଥିଲା ଚିତ୍ରାଙ୍କ ମୃତଦେହ । ସାମ୍ନାକୁ ଆସିଲା ତାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଲୋକପ୍ରିୟ ତାମିଲ ଟେଲିଭିଜନ ଅଭିନେତ୍ରୀ ଚିତ୍ରା କାମରାଜଙ୍କ ଆତ୍ମହତ୍ୟା ବୁଧବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଚେନ୍ନାଇର ନାଜରାଥପେଟର ଏକ ହୋଟେଲ ରୁମରେ ‘ପାଣ୍ଡିଆନ୍ ଷ୍ଟୋରେଜ’ ଅଭିନେତ୍ରୀଙ୍କ ମୃତଦେହ ମିଳିବା କଥା ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇତିମଧ୍ୟରେ ସାମ୍ନାକୁ ଆସିଛି ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଚିତ୍ରାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ଦ୍ବାରା ହୋଇଛି ।

ଗୁରୁବାର ଦିନ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇ ଡାକ୍ତରଙ୍କ ଦ୍ବାରା କିଲପକ୍ ମେଡିକାଲ କଲେଜ ହସ୍ପିଟାଲରେ ଏହି ପୋଷ୍ଟମର୍ଟମ କରାଯାଇଥିଲା ।

ଗତ 9ରେ ଚେନ୍ନାଇର ନାଜରାଥପେଟରେ ଥିବା ଏକ ହୋଟେଲ ରୁମରେ ଏହି ଅଭିନେତ୍ରୀଙ୍କ ମୃତଦେହ ମିଳିଥିଲା । ମାତ୍ର 29 ବର୍ଷ ବୟସରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ସମୟରେ ଚିତ୍ରାଙ୍କ ପ୍ରେମିକ ହେମନାଥ ମଧ୍ୟ ତାଙ୍କ ସହ ରହିଥିଲେ ବୋଲି ଶୁଣିବାକୁ ମିଳୁଛି । ହୋଟେଲରେ ଚିତ୍ରାଙ୍କ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ ହୋଟେଲ କର୍ମଚାରୀ ।

ଖାଲି ଏତିକି ନୁହେଁ ଅଗଷ୍ଟ ମାସରେ ଚିତ୍ରା ଓ ହେମନାଥଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା । ସେପଟେ ଚିତ୍ରାଙ୍କ ମୃତ୍ୟୁ ପରେ ପୋଲିସକୁ ବୟାନରେ ହେମନାଥ କହିଥିଲେ, ‘ମତେ ସେ ଗାଧୋଇବାକୁ କଥା କହି ଯାଇଥିଲେ । ମୁଁ ରୁମ ବାହାରେ ଥିଲି । ହେଲେ ଘଣ୍ଟାଇ ଦୁଇ ଘଣ୍ଟାଇ ପର୍ଯ୍ୟନ୍ତ ବାହାରକୁ ନଆସିବାରୁ ମତେ ସନ୍ଦେହ ହେଲା । ତେଣୁ ମୁଁ ହୋଟେଲ କର୍ମଚାରୀଙ୍କୁ ନକଲି ଚାବି ମାଗିଥିଲି । ଆଉ ଯେତେବେଳେ ରୁମ ଖୋଲିକି ଦେଖିଲି ତେବେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଏବେ ଯାଞ୍ଚରୁ ଜଣାପଡିଛି ଯେ ଅଭିନେତ୍ରୀ ଅକ୍ଟୋବରରେ ହେମନାଥଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ । ଚିତ୍ରାଙ୍କ ମୃତ୍ୟୁ ମାମଲାରେ ଆରଡିଓ (ରାଜସ୍ବ ବିଭାଗୀୟ ଅଧିକାରୀ)ଙ୍କ ଦ୍ବାରା ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.