ETV Bharat / sitara

ଲକଡାଇନ ଇଫେକ୍ଟ: ସ୍ବାମୀଙ୍କ ହେୟାରଷ୍ଟାଇଲିଷ୍ଟ ସାଜିଲେ ପ୍ରୀତି

ଭାଇରାଲ ହେଲା ପ୍ରୀତିଙ୍କ ଦୁଇଟି ନୂଆ ଭିଡିଓ । ସ୍ବାମୀଙ୍କ ସହ ମସ୍ତି କରୁଥିବାର ଆସିଲେ ନଜର ।

author img

By

Published : Jun 10, 2020, 6:48 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା

ମୁମ୍ବାଇ: ଅଭିନେତ୍ରୀ ପ୍ରୀତି ଜିଣ୍ଟା ଲକଡାଉନ ପାଇଁ ଦୀର୍ଘ ସମୟରୁ ଘରେ ଅଛନ୍ତି । ହେଲେ ସୋସିଆଲ ମିଡିଆରେ ସେ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ସେୟାର କରୁଥିବାର ନଜର ଆସୁଛନ୍ତି । ଏଥର ସେ ଲକଡାଉନ ପାଇଁ ସ୍ବାମୀ ଜେନ ଗୁଡଏନଫଙ୍କ ହେୟାରଷ୍ଟାଇଲର ସାଜିଛନ୍ତି । ଯାହା ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି । ସେ ଜେନ ଓ ଡଗି ବ୍ରୁନୋଙ୍କ ସହ ଦୁଇଟି ଭିଡିଓ ସେୟାର କରି ହୋମ କ୍ବାରେଣ୍ଟାଇନର ସାଇଡ ଇଫେକ୍ଟସ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ଦୁଇଟି ଭିଡିଓ ସେୟାର କରିଛନ୍ତି । ଗୋଟିଏ ଭିଡିଓରେ ସେ ଭିନ୍ନ ଭିନ୍ନ ସ୍ବର କରୁଥିବା ବେଳେ ଜେନ ଓ ବ୍ରୁନୋ ମୁଣ୍ଡ ହଲାଉଥିବାର ନଜର ଆସୁଛନ୍ତି । ସେହିପରି ଦ୍ବିତୀୟ ଭିଡିଓରେ ସେ ଜେନଙ୍କ କେଶ କାଟୁଥିବାର ଦେଖାଯାଉଛନ୍ତି ।

ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ହୋମ କ୍ବାରେଣ୍ଟାଇନର ସାଇଡ ଇଫେକ୍ଟ । ଆଶା କରୁଛି ଏହା ସବୁ ବିତିଗଲା ପରେ ମଧ୍ୟ ଆମେ ବୁଦ୍ଧିଆ ରହିବା । ଏହାମଧ୍ୟ ଆଶା କରୁଛି ଯେ ଆପଣ ଘରେ ଯଦି ଚିନ୍ତାରେ ଅଛନ୍ତି ତେବେ ଏହି ଭିଡିଓ ଆପଣଙ୍କ ମୁହଁରେ ହସଫୁଟାଇବ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.