ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରୀନା କପୁର ଦ୍ବିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ଯାହାକୁ ନେଇ ଆଜିକାଲି ସେ ତାଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେଉଛନ୍ତି ।
ସୋମବାର ମୁମ୍ବାଇର ଏକ କ୍ଲିନିକ ବାହାରେ କରୀନାଙ୍କୁ ଦେଖିବାକୁ ମିଳିଥିଲା ।
ବାସ୍ତବରେ କରୀନା ତାଙ୍କ ରୁଟିନ୍ ଚେକଅପ୍ କରିବା ପାଇଁ କ୍ଲିନିକରେ ପହଞ୍ଚିଥିଲେ । କରୀନାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ, କରୀନା ବାନ୍ଦ୍ରାରୁ ଏକ କାରରେ ବସି କ୍ଲିନିକ ଯାଉଥିବାର ଦେଖିବାକୁ ମିଳିଛି। ତା’ପରେ ସେ କ୍ଲିନିକ ବାରରେ କାରରୁ ଓହ୍ଲାଇଥିବାର ନଜର ଆସିଛନ୍ତି । ଏହି ସମୟରେ କରୀନା କଳା ପ୍ୟାଣ୍ଟ ଏବଂ ଧଳା ଟପ୍ ସହିତ ସେ ସବୁଜ ରଙ୍ଗର ମାସ୍କ ପିନ୍ଧିଥିଲେ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, କରୀନା ଏବଂ ସୈଫ ଦମ୍ପତିଙ୍କ ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି ।
ଆଗାମୀ ସମୟରେ, କରୀନା ଆମୀର ଖାନଙ୍କ ସହ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ରେ ନଜର ଆସିବେ ।