ETV Bharat / sitara

ପୁଣି ଟ୍ବିଟକୁ ନେଇ ଚର୍ଚ୍ଚାରେ ପ୍ରକାଶ ରାଜ

ସୋସିଆଲ ମିଡିଆରେ ଜଣେ ମହିଳା ଫ୍ୟାନଙ୍କ କାହାଣୀ ସେୟାର କଲେ ପ୍ରକାଶ ରାଜ । ସେଲ୍ଫି ଉଠାଇବାକୁ ନେଇ ସ୍ବାମୀଙ୍କ ଠାରୁ ଗାଳି ଶୁଣିଥିଲେ ସେହି ମହିଳା ବୋଲି ଟ୍ବିଟରେ ଲେଖିଛନ୍ତି ପ୍ରକାଶ ।

author img

By

Published : Jun 15, 2019, 8:58 PM IST

Updated : Jun 18, 2019, 10:55 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପ୍ରକାଶ ରାଜ

ମୁମ୍ବାଇ: ବଲିଉଡ ଏବଂ ସାଉଥ ଫିଲ୍ମର ଫେମସ ଅଭିନେତା ପ୍ରକାଶ ରାଜ ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ପ୍ରକାଶ ରାଜ ପ୍ରାୟତଃ ସୋସିଆଲ ମିଡିଆରେ ଖୁଲମଖୁଲା ନିଜ ବିଚାର ସେୟାର କରନ୍ତି । ଏହି କାରଣ ପାଇଁ ତାଙ୍କୁ ଅନେକ ଥର ଟ୍ରୋଲିଂର ମଧ୍ୟ ସାମ୍ନା କରିବାକୁ ପଡିଥାଏ ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ପ୍ରକାଶ ରାଜ

ଏବେ ପୁଣି ଏକ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି ପ୍ରକାଶ ରାଜ । ସେ ଟ୍ବିଟରରେ ଏମିତି ଏକ କାହାଣୀ ସେୟାର କରି ଜଣାଇଛନ୍ତି କି ସେ ମୋଦି ବିରୋଧୀ ହୋଇଥିବାରୁ ତାଙ୍କ ଫ୍ୟାନ୍ସ ମଧ୍ୟ ଅପମାନିତ ହେଉଛନ୍ତି । ଜଣେ ମହିଳା ତାଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସ୍ବାମୀ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଅପମାନ କରିଥିଲେ ବୋଲି ଟ୍ବିଟରେ ଲେଖିଛନ୍ତି ପ୍ରକାଶ ।

ସେ ପୋଷ୍ଟରେ ଲେଖିଛନ୍ତି, "କଶ୍ମୀରର ଗୁଲମର୍ଗରେ ମୁଁ ହୋଟେଲରୁ ବାହାରକୁ ବାହାରୁଥିବା ବେଳେ ସେହି ସମୟରେ ଜଣେ ମହିଳା ନିଜ ଝିଅ ସହ ମୋ ପାଖକୁ ଆସିଲେ ଏବଂ ସେଲ୍ଫି ପାଇଁ ପଚାରିଲେ । ମୁଁ ସେଲ୍ଫି ଉଠାଇବା ପାଇଁ ରାଜି ହୋଇଯିବାରୁ ସେହି ମହିଳା ଜଣଙ୍କ ଖୁବ୍ ଖୁସି ହୋଇଯାଇଥିଲେ । ଠିକ୍ ସେହି ସମୟରେ ମହିଳାଙ୍କ ସ୍ବାମୀ ସେଠାକୁ ଆସି ମହିଳାଙ୍କୁ ଫଟୋ ଡିଲେଟ କରିବାକୁ କହିଥିଲେ । କାରଣ ମୁଁ ମୋଦିଙ୍କ ଠାରୁ ଭିନ୍ନ ବିଚାର ରଖୁଛି । ସେହି ମହିଳାଙ୍କ ସ୍ବାମୀ ଅପମାନ କରୁଥିବା ବେଳେ ସେଠାର ଉପସ୍ଥିତ ଥିବା ଟୁରିଷ୍ଟ ସବୁ ଦେଖୁଥିଲେ ।"

"ଆଉ ମୁଁ ଯେତେବେଳେ ସେହି ମହିଳାଙ୍କ ଆଖିରେ ଲୁହ ଦେଖିଲି ତେବେ ତାଙ୍କ ସ୍ବାମୀଙ୍କୁ କହିଲି ଡିୟର ସାର ମିଷ୍ଟର ମୋଦି ହୁଅନ୍ତୁ କିମ୍ବା ମୁଁ, ଆମ ଦୁଇଜଣଙ୍କ ମଧ୍ୟରେ କେହି ବି ନଥିଲେ ଯାହାପାଇଁ ଆପଣଙ୍କ ପତ୍ନୀ ଆପଣଙ୍କୁ ବିବାହ କରିଥିଲେ । ତୁମଙ୍କୁ ସୁନ୍ଦର ଝିଅ ଦେଇଛନ୍ତି, ନିଜ ପୁରା ଜୀବନ ତୁମ ସହ ବିତାଉଛନ୍ତି । ଦୟା କରି ତାଙ୍କୁ ସମ୍ମାନ କରନ୍ତୁ । ନିଜ ଛୁଟିର ମଜା ଉଠାନ୍ତୁ । ମୋ କଥା ଶୁଣି ସେହି ମହିଳାଙ୍କ ସ୍ବାମୀ ପାଖରେ କୌଣସି ଉତ୍ତର ନଥିଲା" ବୋଲି ଲେଖିଛନ୍ତି ପ୍ରକାଶ ।

Last Updated : Jun 18, 2019, 10:55 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.