ETV Bharat / sitara

ଦର୍ଶକଙ୍କ ପାଇଁ ଖୁସି ଖବର, ପୁଣି ପରଦାକୁ ଫେରିବ ‘ରାମାୟଣ’

author img

By

Published : Mar 28, 2020, 8:28 AM IST

28 ତାରିଖରେ ଟେଲିଭିଜନରେ ଦେଖିବାକୁ ମିଳିବ ‘ରାମାୟଣ’। ଦର୍ଶକଙ୍କ ଦାବି ପୂରଣ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର।

ramayana
ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ପୂରଣ ହେଲା ଦର୍ଶକଙ୍କ ଇଚ୍ଛା । ରାମାନନ୍ଦ ସାଗରଙ୍କ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’କୁ ପସନ୍ଦ କରୁଥିବା ଦର୍ଶକଙ୍କୁ ମିଳିଲା ଖୁସି । ଆଜ୍ଞା ହଁ, ଆସନ୍ତା କାଲି(ଶନିବାର) ‘ରାମାୟଣ’ର ପ୍ରସାରଣ ଦୂରଦର୍ଶନର ନ୍ୟାସନାଲ ଚ୍ୟାଲେରେ ହେବାକୁ ଯାଉଛି । ଏହାର ପ୍ରଥମ ଏପିସୋଡ ସକାଳ 9 ଘଟିକା ସମୟରେ ପ୍ରସାରଣ ହେବା ବେଳେ ଦ୍ବିତୀୟ ଏପିସୋଡ ରାତି 9ଟାରେ ପ୍ରସାରଣ ହେବ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ଜାଭେଦକର

କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହାର ସୂଚନା ଦର୍ଶକଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି। ପ୍ରକାଶ ଥାଉକି ଗତ କିଛି ଦିନରୁ ସୋସିଆଲ ମିଡିଆରେ ଦର୍ଶକ ‘ରାମାୟଣ’ ଓ ‘ମହାଭାରତ’ ଟେଲିକାଷ୍ଟ କରାଯିବାକୁ ଦାବି କରିଥିଲେ। କାରଣ ବର୍ତ୍ତମାନ ଦେଶ ଲକଡାଉନ ଥିବାରୁ ‘ରାମାୟଣ’ ଓ ‘ମହାଭାରତ’ ଜରିଆରେ ପିଲାମାନେ କିଛି ଭଲ ଶିଖିବେ ବୋଲି କହିଥିଲେ ଦର୍ଶକ।

ଦର୍ଶକଙ୍କ ଏହି ଦାବିକୁ ଦୃଷ୍ଟିରେ ରଖି ପୁଣିଥରେ ଏହି ଫେମସ ଧାରାବାହିକକୁ ପ୍ରସାରଣ କରାଯିବ। ଯାହାକୁ ନେଇ ସମସ୍ତେ ଖୁସି। ପ୍ରକାଶ ଥାଉକି ‘ରାମାୟଣ’ର ପ୍ରସାରଣ 1987ରେ ପ୍ରଥମଥର ଦୂରଦର୍ଶନରେ ହୋଇଥିଲା । ସେହିପରି ‘ମହାଭାରତ’କୁ 1988ରେ ପ୍ରଥମଥର ଦେଖିଥିଲେ ଦର୍ଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.