ETV Bharat / sitara

ଦୀପିକା ଷ୍ଟାରର 'ମହାଭାରତ'ରେ ଦୁର୍ଯ୍ୟୋଧନ ହେବାକୁ ମନା କରିଥିଲେ ପ୍ରଭାସ !

author img

By

Published : Jun 24, 2020, 9:55 AM IST

ବାହୁବଳୀ ଫେମ ପ୍ରଭାସ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ମହାଭାରତରେ ଦୁର୍ଯ୍ୟୋଧନଙ୍କ ଭୂମିକାକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି । ଦୀପିକାଙ୍କ ମୁଖ୍ୟ ଭୂମିକା ସହିତ ଏହି ପୌରାଣିକ ବିଷୟର ବିଶେଷ କଥା ହେଉଛି ଏହି କାହାଣୀକୁ ଦ୍ରୌପଦୀଙ୍କ ଦୃଷ୍ଟିକୋଣରୁ ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ...

prabhas turns down role of duryodhana in deepika padukone starrer mahabharat
ଦୀପିକାଙ୍କ ଷ୍ଟାରର 'ମହାଭାରତ'ରେ ଦୁର୍ଯ୍ୟୋଧନଙ୍କ ଭୂମିକାକୁ ପ୍ରତ୍ୟାଖ୍ୟାନ କରିଥିଲେ ପ୍ରଭାସ!

ମୁମ୍ବାଇ: ଦ୍ରୌପଦୀଙ୍କୁ ନେଇ ନିର୍ମିତ ଫିଲ୍ମ 'ମହାଭାରତ'ରେ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିବେ । କିନ୍ତୁ ଏହି ଚଳଚ୍ଚିତ୍ର ସହ ଜଡିତ ଗୋଟିଏ ବିଷୟ ଚର୍ଟ୍ଟାରେ ଆସୁଛି, ଯାହା ବାହୁବଳୀ ଫେମ ପ୍ରଭାସଙ୍କ ସହିତ ଜଡିତ ।

ହଁ, କୁହାଯାଉଛି ଯେ, ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ଦୁର୍ଯ୍ୟୋଧନଙ୍କ ଭୂମିକା ଦିଆଯାଇଥିଲା, କିନ୍ତୁ ସେ ଏହି ଅଫରକୁ ମନା କରିଛନ୍ତି । ସୂଚନାମୁତାବକ, ଏହି ଫିଲ୍ମରେ ଦୀପିକା ଅଭିନୟ କରିବା ସହିତ ନିର୍ମାତା ମଧୁ ମଣ୍ଟେନାଙ୍କ ସହ ମିଶି ଫିଲ୍ମର ପ୍ରଯୋଜନା ମଧ୍ୟ କରିବେ । 'ମହାଭାରତ' ଦ୍ରୌପଦୀଙ୍କ ଦୃଷ୍ଟିକୋଣରୁ ପ୍ରଦର୍ଶିତ ହେବ । ଯାହା କି ଏହି ପୌରାଣିକ ବିଷୟକୁ ଏକ ନୂଆ ରୂପ ଦେବ । ଏହି ଫିଲ୍ମ ଚିତ୍ରା ବାନାର୍ଜୀ ଦିବାକରୁନିଙ୍କ ପୁସ୍ତକ 'ଦ ପ୍ୟାଲେସ୍ ଅଫ୍ ଆଇସୁଲେସନ୍ସ' ଉପରେ ଆଧାରିତ ।

ନିର୍ମାତାମାନେ ଏହି ଫିଲ୍ମରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିବାକୁ ହ୍ରିତିକ ରୋଶନଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି । ହିନ୍ଦୁ ମହାକାବ୍ୟରେ ପ୍ରମୁଖ ପତିପକ୍ଷୀଙ୍କ ଚରିତ୍ରକୁ ଜୀବନ୍ତ କରିବାକୁ ପ୍ରଭାସଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଫିଲ୍ମ ଘୋଷଣା ସମୟରେ ଦୀପିକା କହିଥିଲେ ଯେ, ଦ୍ରୌପଦୀ ଭୂମିକାରେ ଅଭିନୟ କରି ମୁଁ ଅତ୍ୟଧିକ ଆନନ୍ଦିତ ଅଟେ । ଏହା ଜୀବନସାରା ଲୋକମାନଙ୍କୁ ମନେ ରହିଯିବ । ମହାଭାରତ ଗୋଟିଏ ଲୋକପ୍ରିୟ ପୁରାଣ । ଏଥିରୁ ମତେ ବହୁତ କିଛି ଶିଖିବାକୁ ମିଳିଛି । ପ୍ରକାଶ ଥାଉ କି, ଏହି ଫିଲ୍ମଟି ଦୁଇଟି ପାର୍ଟରେ ନିର୍ମିତ ହେବ । ପ୍ରଥମ ପାର୍ଟ ଦିୱାଲି 2021 ରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ, କରୋନାଭାଇରସ ଯୋଗୁଁ ଏହା ସମ୍ଭବ ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.