ମୁମ୍ବାଇ: କଳା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେହି ଭୁଲିନାହାଁନ୍ତି । ଆଉ ଇତିମଧ୍ୟରେ ଟିଭିର ଫେମସ ଆକ୍ଟର ସମୀର ଶର୍ମା ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତାଙ୍କ ମୃତ ଶରୀର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଛି । ଏଯାବତ ତାଙ୍କ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିନାହିଁ ।
ସମୀର ମୁମ୍ବାଇ ସ୍ଥିତ ମଲାଡରେ ଏକୁଟିଆ ନିଜ ଘରେ ରହୁଥିଲେ । ପତ୍ନୀ ଫୋନରେ ତାଙ୍କ ସହ ସମ୍ପର୍କ ନକରିପାରିବାରୁ ତାଙ୍କୁ ସନ୍ଦେହ ହୋଇଥିଲା । ଯାହାପରେ ସେ ନିଜ ବନ୍ଧୁଙ୍କୁ କଲ କରି ସମୀରଙ୍କ ପାଖରୁ ଯିବାକୁ କହିଥିଲେ । ସମୀରଙ୍କ ଘରେ ପହଞ୍ଚି ବନ୍ଧୁ ତାଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ ।
ବର୍ତ୍ତମାନ ତାଙ୍କ ମୃତ ଶାରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଅଭିନେତାଙ୍କ ଆତ୍ମହତ୍ୟା ସୂଚନା ମୁମ୍ବାଇ ପୋଲିସ ଦେଇଛି । ପୋଲିସ ଅନୁଯାୟୀ ସମୀର ଦୀର୍ଘ ସମୟରୁ କୌଣସି ଗମ୍ଭୀର ରୋଗରେ ଆକ୍ରାନ୍ତ ଥିଲେ । ଯାହାକୁ ନେଇ ସେ ସବୁବେଳେ ଚିନ୍ତିତ ରହୁଥିଲେ । ହୁଏତଃ ଏଥିପାଇଁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି । ଶୁଣିବାକୁ ମିଳୁଛି ଯେ ସେ ଦୁଇଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ।
ପ୍ରକାଶ ଥାଉକି ସମୀର ‘ୟେ ରିସ୍ତେଂ ହେଁ ପ୍ୟାର କେ’, ‘କ୍ୟୁଂ କି ଶାଶ ଭି କଭି ବୋହୂ ଥି’, ‘କାହାନୀ ଘର ଘର’ କି ଭଳି ଧାରାବାହିକରେ ଦମଦାର ଅଭିନୟ କରିଥିଲେ।