ହାଇଦ୍ରାବାଦ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ 8 ସେପ୍ଟେମ୍ବର 2024 ରେ ପିତାମାତା ହୋଇଥିଲେ । ଦୀପିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାଁ ସେ ଦୁଆ ପାଦୁକୋନ ସିଂ ରଖିଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କ ଛୋଟ ରାଜକୁମାରୀ ବର୍ତ୍ତମାନ 3 ମାସର ହୋଇଛନ୍ତି । ଦୁଆଙ୍କ ତୃତୀୟ ମାସ ଜନ୍ମଦିନ ଅବସରରେ ରଣଭୀରଙ୍କ ମାଆ ତଥା ଦୁଆଙ୍କ ଜନ୍ମଦିନରେ ଅଞ୍ଜୁ ଭବନାନୀ ନାତୁଣୀ ଉପରେ ପ୍ରେମ ବର୍ଷା କରିଛନ୍ତି । ଏହି ସମୟରେ ସେ ଏପରି ଏକ ମହତ କାମ କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ଏହି ମହତ କାମ କଲେ ରଣଭୀରଙ୍କ ମାଆ
ଜେଜେମାଆ ଅଞ୍ଜୁ ରଣଭୀର-ଦୀପିକାଙ୍କ ଝିଅ ଦୁଆଙ୍କ ତୃତୀୟ ମାସ ଜନ୍ମଦିନରେ ନିଜ କେଶ ଦାନ କରିଛନ୍ତି । ରଣଭୀରଙ୍କ ମାଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଅଞ୍ଜୁ ପୋଷ୍ଟରେ ଲେଖିଛନ୍ତି, “ମୋର ପ୍ରିୟ ଦୁଆ ତୃତୀୟ ମାସର ଜନ୍ମଦିନର ଶୁଭେଚ୍ଛା । ଏହି ଖାସ ଦିନକୁ ଆମେ ପ୍ରେମ, ଆଶା ଓ ଉତ୍ସାହର ସହ ପାଳନ କରୁଛୁ । ଆମେ ଯେମିତି ଦୁଆଙ୍କ ଆନନ୍ଦ ଏବଂ ସୌନ୍ଦର୍ଯ୍ୟକୁ ବଢୁଥିବା ଦେଖୁଛୁ, ସେହିପରି ଆମେ ସତ୍ୟତା ଏବଂ ଦୟାଳୁ ଶକ୍ତି ଉପରେ ସ୍ମରଣ କରୁଛୁ । ଆଶା କରୁଛି ଯେ ଏହି ଛୋଟ କାର୍ଯ୍ୟଟି କଷ୍ଟଦାୟକ ସମୟ ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ ଆରାମ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିପାରିବ ।'
ଦିଲଜିତ ଦୋସାଞ୍ଜଙ୍କ କନସର୍ଟରେ ନଜର ଆସିଥିଲେ ଦୀପିକା
ନିକଟରେ ଦୀପିକା ପାଦୁକୋନ ବେଙ୍ଗାଲୁରୁ କନସର୍ଟରେ ସାମିଲ ହେବା ପରେ ଝିଅ ଦୁଆଙ୍କ ସହ ମୁମ୍ବାଇ ଫେରିଥିଲେ। ନିକଟରେ, ତାଙ୍କ ଝିଅର ଜନ୍ମ ପରେ ପ୍ରଥମ ଥର ପାଇଁ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ କନସର୍ଟରେ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ମାଆ ହେବା ପରେ ପ୍ରଥମ ଥର ନଜର ଆସିଲେ ଦୀପିକା, ଦିଲଜିତଙ୍କ କନସର୍ଟରେ ଲଗାଇଲେ ଠୁମକା
ବିବାହର ୬ବର୍ଷ ପରେ ପିତାମାତା ହେଲେ ଦୀପିକା-ରଣଭୀର
ବିବାହର ୬ ବର୍ଷ ପରେ ପିତାମାତା ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ନଭେମ୍ୱର 14, ୨୦୧୮ରେ ବିବାହ କରିଥିଲେ । ବିବାହର ୬ବର୍ଷ ପରେ ପିତାମାତା ହୋଇଛନ୍ତି ଦୀପଭୀର । ଉଭୟ ଚଳିତ ଫେବୃଆରୀରେ ପିତାମାତା ହେବା ଖୁସି ଖବର ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ସେପ୍ଟେମ୍ୱର 8ରେ ଦୁଆ ପାଦୁକୋନ ସିଂଙ୍କ ପିତାମାତା ହୋଇଥିଲେ ଦୀପଭୀର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ