ETV Bharat / sitara

କୋରୋନା ମୁକ୍ତ ପରେ ମଧ୍ୟ ଭେଣ୍ଟିଲେଟରରେ ବାଲାସୁବ୍ରମଣ୍ୟମ, ସୂଚନା ଦେଲେ ପୁଅ - ଭେଣ୍ଟିଲେଟରରେ ବାଲାସୁବ୍ରମଣ୍ୟମ

ଭିଡିଓ ପୋଷ୍ଟ କରି ବାପା ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବ୍ୟସ୍ଥା ସୂଚନା ଦେଲେ ପୁଅ ଚରଣ । ପୂର୍ବରୁ ମଧ୍ୟ ଅନେକଥର ସୋସିଆଲ ମିଡିଆରେ ଦେଇସାରିଲେଣି ସୂଚନା ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Sep 8, 2020, 8:13 PM IST

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଣ୍ଠଶିଳ୍ପୀ ଏସ.ପି ବାଲାସୁବ୍ରମଣ୍ୟମ କୋରୋନା ମୁକ୍ତ ଖବର ସୋମବାର ସାମ୍ନାକୁ ଆସିଥିଲା । ସେ ହସ୍ପିଟାଲରେ ଭର୍ତ୍ତି ହେବା ଦିନଠୁ ତାଙ୍କ ପୁଅ ତଥା ଗାୟକ ଏସ.ପି ଚରଣ ପିତାଙ୍କ ସ୍ବାସ୍ଥ୍ୟ ଅପଡେଟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଆସୁଛନ୍ତି । ଚରଣ ନିକଟରେ ଦେଇଥିବା ସୂଚନାରେ କହିଥିଲେ ତାଙ୍କ ବାପା ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି ।

ସେ ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବ୍ୟସ୍ଥା ବିଷୟରେ ସୂଚନା ଦେବାକୁ ଯାଇ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଏହା କହୁଥିବାର ନଜର ଆସୁଛନ୍ତି, ‘ସମସ୍ତଙ୍କୁ ନମସ୍କାର। ସପ୍ତାହ ଶେଷରେ ବାପାଙ୍କ ସ୍ବାସ୍ଥ୍ୟ ଅପଡେଟ ପୋଷ୍ଟ ନକରିବାରୁ ମୁଁ କ୍ଷମା ମାଗୁଛି | ସପ୍ତାହ ଶେଷରେ ମୁଁ ବହୁତ ଭଲ ଖବର ପାଇଁ ଆଶା କରୁଥିଲି | ଆମେ ଆଶା କରୁଥିଲୁ ବାପାଙ୍କ ଫୁସଫୁସରେ ଉନ୍ନତି ହେବ କାରଣ ଡାକ୍ତର ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ଥିଲେ ଯେଉଁଠାରେ ଆମେ ଭେଣ୍ଟିଲେଟର ଅପସାରଣ କରିପାରିବା । କିନ୍ତୁ ଦୁର୍ଭାଗ୍ୟବଶତ ଭେଣ୍ଟିଲେଟରରୁ ମୁକ୍ତ କରିପାରିବା ପାଇଁ ବାପା ଏବେ ମଧ୍ୟ ସୁସ୍ଥ ନାହାଁନ୍ତି । ହେଲ ଗୁଡନ୍ୟୁଜ ହେଲା ଯେ ପିତା ବର୍ତ୍ତମାନ କୋରୋନା ମୁକ୍ତ ଅଛନ୍ତି । ପୂର୍ବରୁ ମଧ୍ୟ ମୁଁ ଆପଣଙ୍କୁ କହିସାରିଛନ୍ତି ତାଙ୍କ କୋରୋନା ନେଗେଟିଭି କିମ୍ବା ପଜିଟିଭ ଆସିଲେ କିଛି ନାହିଁ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ସେ ଶୀଘ୍ର ସୁସ୍ଥ ହେବା ଦରକାର ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.