ETV Bharat / sitara

ଟ୍ରୋଲର୍ସଙ୍କ ଶୁଭ ମନାସିଲେ ନେହା

author img

By

Published : Oct 20, 2020, 7:43 PM IST

ବିବାହ ପାଇଁ ଚର୍ଚ୍ଚାରେ ଥିବା ନେହା ଏବେ ଟ୍ରୋଲର୍ସଙ୍କୁ ନେଇ ମନ କଥା କହିଛନ୍ତି । ଆଉ ଫ୍ୟାନ୍ସଙ୍କୁ ମନ ଦୁଃଖ ନକରିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ସିଙ୍ଗର ନେହା କକ୍କର ଇଣ୍ଟରନେଟର ସେନ୍ସେଶନ । କୌଣସି ନା କୌଣସି ଜିନିଷ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ଆଉ ଦୁଇଦିନ ପରେ ସେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ । ହେଲେ ଏହାପୂର୍ବରୁ ସେ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି । କଥାଟି ହେଲା ଯେ ପ୍ରାୟତଃ ସୋସିଆଲ ମିଡିଆରେ ନେହାଙ୍କ ବିରୋଧରେ ମିମି ତିଆରି ହୋଇଥିବାର ଦେଖିବାକୁ ମିଳେ । ଯାହାକୁ ନେଇ ଦୁଃଖି ତାଙ୍କ ଫ୍ୟାନ୍ସ ।

ତାଙ୍କ ମିମି ତିଆରି କରୁଥିବା ଟ୍ରୋଲର୍ସଙ୍କୁ ଜବାବ ଦେଇ ସେ ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛନ୍ତି । ସେ ଇନଷ୍ଟାଗ୍ରାମର ଷ୍ଟୋରିରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୋ ମିମି ତିଆରି କରୁଥିବା ସବୁ ହେଟର୍ସଙ୍କ ପାଇଁ ଏହି ପୋଷ୍ଟ । ମୁଁ ଦୀର୍ଘ ସମୟରୁ ନିଜ ଉପରେ ତିଆରି ମିମି ଦେଖିଆସୁଛି । ମତେ ଲାଗିଲା ଯେ ଆଜି କିଛି ମୁଁ କହିବି । ଅନୁରୋଧ ସେହିମାନଙ୍କ ପାଇଁ ଯିଏ ମିମି ଦେଖୁଛନ୍ତି ଆଉ ନିରାଶ ହୋଇଯାଉଛନ୍ତି । ଦୟା କରି ଏପରି ଲୋକଙ୍କୁ ଗାଳି ଦିଅ ନାହିଁ । ସମସ୍ତଙ୍କ ପାଖରେ ନିଜ ନିଜର କାମ ଅଛି ଜୀବନରେ କରିବା ପାଇଁ । ଯଦି ମିମି ତିଆରି କରିବା ତାଙ୍କ କାମ ଆଉ ଏହାଦ୍ବାରା ସେ ଖୁସି ହେଉଛନ୍ତି ତେବେ ତାଙ୍କୁ ଏପରି କରିବାକୁ ଦିଅ । ମୁଁ ଏସବୁ ଜିନିଷକୁ ସ୍ବୀକାର କରୁଛି । ତୁମେମାନେ ମଧ୍ୟ କର । ଭଗବାନ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ । ଖୁସିରେ ରୁହ ମନ ଦୁଃଖ କର ନାହିଁ ।’

ପ୍ରକାଶ ଥାଉକି ନିକଟରେ ରୋହନ ଓ ନେହାଙ୍କ ମ୍ୟାରେଜ କାର୍ଡ ଖୁବ୍ ଭାଇରାଲ ହୋଇଥିଲା । ଆସନ୍ତା 22 ତାରିଖରେ ଦିଲ୍ଲୀରେ ମ୍ୟାରେଜ ରେଜିଷ୍ଟର କରି 24ରେ ପଞ୍ଜାବୀ ବିଧି-ବିଧାନରେ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.