ETV Bharat / sitara

ବିବାହର ଦୁଇ ମାସ ପରେ ଗର୍ଭବତୀ ହେଲେ ନେହା !

author img

By

Published : Dec 18, 2020, 12:53 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ନେହାଙ୍କ ବେବି ବମ୍ପ ଫଟୋ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଗତ ଅକ୍ଟୋବର 24ରେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ ଲୋକପ୍ରିୟ ଗାୟିକା ନେହା କକ୍କର । ଆଉ ବିବାହ ପରେ ଏହି ଯୋଡି ହନିମୁନ୍ ପାଇଁ ଦୁବାଇ ଯାତ୍ରା କରିଥିଲେ । ଇତିମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ । କାରଣ ଗର୍ଭବତୀ ଅଛନ୍ତି ନେହା । ହୁଏତଃ ଏହି କଥା ଫ୍ୟାନ୍ସଙ୍କୁ ସହଜରେ ହଜମ ହେଉନାହିଁ । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

କଥାଟି ହେଲା ଯେ ଶୁକ୍ରବାର ନେହା ଇନଷ୍ଟାଗ୍ରାମରେ ରୋହନଙ୍କ ସହ ନିଜର ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି । ଏହାକୁ ଏହାକୁ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, ‘ଖୟାଲ ରଖିୟା କର ।’

ବର୍ତ୍ତମାନ ତାଙ୍କ ଏହି ଫଟୋକୁ ନେଇ ଖୁବ୍ ଚର୍ଚ୍ଚା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବିବାହର ଦୁଇ ମାସ ମଧ୍ୟରେ କିପରି ଗର୍ଭବତୀ ହେଲେ ନେହା । ହେଲେ ନେହା ଏହି ଫଟୋ ବ୍ୟତୀତ ଆଉ କିଛି ଖୁଲାସା କରିନାହାଁନ୍ତି । ହୁଏତଃ ସେ ଫ୍ୟାନ୍ସଙ୍କ ସହ ମଜା କରୁଛନ୍ତି । ପୁରା କଥା ସାମ୍ନାକୁ ଆସିବା ପରେ ସତ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.