ମୁମ୍ବାଇ: ବିବାହ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଲୋକପ୍ରିୟ ଗାୟିକା ନେହା କକ୍କର । ଶନିବାର ପଞ୍ଜାବୀ ସିଙ୍ଗର ରୋହନ ପ୍ରୀତ ସିଂଙ୍କ ସହ ବିବାହ କରିବେ ସେ । ଯାହାକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ନିକଟରେ ଦୁଇଜଣଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ‘ନେହୁ ଦା ବିହା’ ରିଲିଜ ହୋଇଥିଲା । ହେଲେ ଏବେ ରୋହନଙ୍କ ନାମରେ ହାତରେ ମେହେନ୍ଦୀ ଲଗାଇଛନ୍ତି ନେହା। ଯାହାର ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି ।
ଦିଲ୍ଲୀର ଫେମସ ରାଜୁ ମେହନ୍ଦୀ ଟିମ ନେହାଙ୍କ ହାତରେ ବିବାହ ମେହେନ୍ଦୀ ଲଗାଇଛନ୍ତି । ଆଉ ଇନଷ୍ଟାଗ୍ରାମରେ ତାଙ୍କର ଫଟୋ ସେୟାର କରି ଲେଖାଯାଇଛି, ‘ନେହାଙ୍କ ପରି ଶାନଦାର ଗାୟିକାଙ୍କ ହାତରେ ବ୍ରାଇଡଲ ମେହେନ୍ଦୀ ଲଗାଇବା ଆମ ପାଇଁ ଗର୍ବର କଥା।’
ସେପଟେ ନେହା ମଧ୍ୟ ନିଜ ସୋସିଆଲ ମିଡିଆରେ ମେହେନ୍ଦ୍ର ସେରେମିର ଅନେକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ହଳଦିଆ ଆଉଟଫିଟ୍ରେ ଦେଖିବାକୁ ମିଳୁଛି ଏହି ଯୋଡିକୁ ।
- " class="align-text-top noRightClick twitterSection" data="
">
ଆସନ୍ତା 26 ତାରିଖରେ ଏହି ଯୋଡି ପଞ୍ଜାବରେ ଗ୍ରାଣ୍ଡ ରିସେପ୍ସନ ଦେବେ । ନିକଟରେ ନେହାଙ୍କ ରୋକା ସେରେମି ରଖାଯାଇଥିଲା । ଯେଉଁଥିରେ ରୋହନଙ୍କ ସହ ସେ ଡାନ୍ସ କରୁଥିବାର ନଜର ଆସିଥିଲେ । ଆଉ ଭିଡିଓ ସେୟାର କରି କହିଥିଲେ, ‘ଆମ ରୋକା ସେରେମନିର କ୍ଲିପ୍।’