ETV Bharat / sitara

ସୋସିଆଲ ମିଡିଆକୁ ବାଏବାଏ କହି ଶୋଇପଡିଲେ ନେହା !

author img

By

Published : Jun 23, 2020, 5:13 PM IST

ସୋସିଆଲ ମିଡିଆକୁ ଛାଡିଲେ ନେହା କକ୍କର । ଏହାସହ ଇମୋଶନାଲ ନୋଟ ଲେଖି ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଯାହା ଶୁଣି ଦୁଃଖି ହୋଇଯିବେ ତାଙ୍କ ଫ୍ୟାନ୍ସ । ଆଜ୍ଞା ହଁ, କାରଣ ସୋସିଆଲ ମିଡିଆରୁ ଦୂରେଇ ଯାଇଛନ୍ତି ସେ । ଏକ ପୋଷ୍ଟରେ ସେ କହିଛନ୍ତି ଯେ ଏବେ ସେ ଶୋଇବାକୁ ଯାଆନ୍ତୁ, ଆଉ ସେହି ପର୍ଯ୍ୟନ୍ତ ଉଠିବେ ନାହିଁ ଯେପର୍ଯ୍ୟନ୍ତ ଦୁନିଆ ଭଲ ନ ହୋଇଯିବ ।

photo-2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ କିଛି ଲାଇନ ଲେଖିବା ପରେ ସୋସିଆଲ ମିଡିଆରୁ ଦୂରେଇଛନ୍ତି । ସେହିପରି ସେ ଏଥିରେ ଲେଖିଛନ୍ତି, ‘ମୁଁ ଶୋଇବାକୁ ଯାଉଛି, ପ୍ଲିଜ ମତେ କେହି ଉଠାଇବ ନାହିଁ ସେହି ପର୍ଯ୍ୟନ୍ତ ଦୁନିଆ ଯେପର୍ଯ୍ୟନ୍ତ ଠିକ୍ ନହୋଇଯାଇଛି । ଏମିତି ଏକ ଦୁନିଆ ଯେଉଁଠାରେ ସ୍ବାଧୀନତା, ପ୍ରେମ, ସମ୍ମାନ, ଯତ୍ନ, ମଜା ଆଉ ଭଲ ଲୋକେ ଥିବେ । ଏମିତି ଦୁନିଆ ନୁହେଁ ଯେଉଁଠି କେବଳ ଘୃଣା, ପରିବାରବାଦ, ପକ୍ଷପାତ, ହୃଦୀୟହିନ ଲୋକ, ହତ୍ୟା, ଆତ୍ମହତ୍ୟା, ଖରାପ ଲୋକ ଥିବେ । ଗୁଡ ନାଇଟ । ଚିନ୍ତା କରନ୍ତୁ ନାହିଁ , ମୁଁ ଆତ୍ମହତ୍ୟା କରିବି ନାହିଁ । ହେଲେ କିଛି ଦିନ ପାଇଁ ଯାଉଛି ।’

photo-1
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ସେହିପରି ସେ ଆଉ ଏକ ପୋଷ୍ଟରେ ମଧ୍ୟ ଅନେକ କଥା ଲେଖିଥିଲେ । ଯାହାକୁ ପରେ ସେ ଡିଲିଟ ମଧ୍ୟ କରିଦେଇଥିଲେ । ଡିଲିଟ ପୋଷ୍ଟରେ ସେ ଲେଖିଥିଲେ, ‘ଯଦି କାହାକୁ ଖରାପ ଲାଗିଲା ତେବେ ମୁଁ କ୍ଷମା ମାଗୁଛି । ହେଲେ ମୁଁ ଦୀର୍ଘ ସମୟରୁ ଏପରି ଅନୁଭବ କରୁଥିଲି ହେଲେ କହିପାରୁନଥିଲି । ମୁଁ ପୁରା ଚେଷ୍ଟା କରୁଛି ଖୁସି ରହିବାକୁ । କିନ୍ତୁ ଏମିତି ହେଉପାରୁନାହିଁ । ମୁଁ ଜଣେ ଏପରି ସାଧାରଣ ମଣିଷ ଯିଏ ବହୁତ ଇମୋଶନାଲ । ତେଣୁ ସବୁ ଜିନିଷ ମତେ ବହୁତ କଷ୍ଟ ଦେଉଛି । କିନ୍ତୁ ଚିନ୍ତା କରିବାର କୌଣସି କଥା ନାହିଁ ମୁଁ ଆପଣଙ୍କୁ ବହୁତ ଭଲ ପାଉଛି ଆଉ ଠିକ୍ ମଧ୍ୟ ଅଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.