ETV Bharat / sitara

ଲକଡାଉନରେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା ଚଳାଇଛନ୍ତି ନେହା

author img

By

Published : Apr 24, 2021, 11:14 AM IST

ଭାଇରାଲ ହେଲା ନେହା କକ୍କରଙ୍କ ନୂଆ ଭିଡିଓ । ଏଥର କୌଣସି ଗୀତ ନୁହେଁ ବରଂ ୱାର୍କଆଉଟ କରିବାରେ ମାତିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ବଲିଉଡର ଫେମସ ସିଙ୍ଗର ଓ ରିମେକ୍ସ କୁଇନ ନେହା କକ୍କର ଶୁକ୍ରବାର ବଡ ଖୁଲାସା କରିଛନ୍ତି । ବର୍ତ୍ତମାନ ଦେଶରେ କୋରୋନା ସଙ୍କଟ ପାଇଁ କିଛି ରାଜ୍ୟରେ ଲକଡାଉନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାକୁ ଦୃଷ୍ଟିରେ ରଖି ଘରେ ସମୟ ବିତାଉଛନ୍ତି ନେହା । ହେଲେ ଏଥର ସେ ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଥିବାର ନଜର ଆସୁଛନ୍ତି । କାରଣ ବର୍ତ୍ତମାନ ସେ ଘରେ ନିଜ ୱାର୍କଆଉଟ ସେଶନ ମ୍ୟାନେଜ କରିବା ସହ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଯାଇଛନ୍ତି ।

ଏହାର ସୂଚନା ଦେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଦେଇଛନ୍ତି । ଯେଉଁଥିରେ ସେ ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି । ମଜଦାର କଥା ହେଲା ଯେ ସେ ନିଜ କାରରେ ହାଫ୍ ପୁଶଅପ୍ସ ମାରୁଥିବାର ଦେଖାଯାଉଛନ୍ତି । ଏହାସହ ରନିଂ ମଧ୍ୟ କରୁଛନ୍ତି ସେ । ଦେଖନ୍ତୁ ଭିଡିଓ...

ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ଏବେ ସମୟ ଆସି ଯାଇଛି ଶରୀରର କିଛି ଓଜନ କମ୍ କରିବାକୁ । ଏହି ଲକଡାଉନ ସମୟରେ । ଚାଲନ୍ତୁ ଦେଖିବା ଏହା ପାଇଁ ମୁଁ ଯୋଗ୍ୟ କି ନାହିଁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.