ETV Bharat / sitara

ନେହା-ରୋହନପ୍ରୀତଙ୍କ ନୂଆ ମ୍ୟୁଜିକ ଭିଡିଓ ରିଲିଜ

author img

By

Published : May 19, 2021, 11:13 AM IST

ଆରମ୍ଭ ହେଲା ନେହା ଓ ରୋହନଙ୍କ ନୋକ-ଝୋକ । ନୂଆ ମ୍ୟୁଜିକ ଭିଡିଓରେ ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ନୂଆ ଗୀତ ‘ଖଡ ତେନୁ ମେଁ ଦସା’ ରିଲିଜ ହୋଇଯାଇଛି । ଗୀତରେ ନେହାଙ୍କ ସହ ତାଙ୍କ ସ୍ବାମୀ ତଥା ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ମଧ୍ୟ ନଜର ଆସୁଛନ୍ତି । ନେହାଙ୍କ ସବୁ ଗୀତ ଭଳି ଏହି ଗୀତକୁ ମଧ୍ୟ ଦର୍ଶକଙ୍କ ବେଶ୍ ପ୍ରଶଂସା ମିଳୁଛି ।

  • " class="align-text-top noRightClick twitterSection" data="">

ସେହିପରି ଗୀତରେ ପତି-ପତ୍ନୀଙ୍କ ଖଟ୍ଟାମିଠା ନୋକଝୋକ ଦେଖିବାକୁ ମିଳୁଛି । ଯେଉଁଥିରେ ପତ୍ନୀଙ୍କ ଜନ୍ମଦିନ ଭୁଲିଯାଇ ରାଗର ଶିକାର ହେଉଥିବାର ନଜର ଆସୁଛନ୍ତି ପତି । ଏହାପରେ ବିଭିନ୍ନ ଜିନିଷ ଟ୍ରାଏ କରି ପତ୍ନୀଙ୍କୁ ବୁଝାଇବାରେ ଲାଗିପଡିଛନ୍ତି ପତି ।

ଗୀତଟିକୁ ନେହା ଓ ରୋହନପ୍ରୀତ ଗାଇଥିବା ବେଳେ ଏହାର ଲିରିକ୍ସ ଏବଂ ମ୍ୟୁଜିକରେ କାମ କରିଛନ୍ତି ରଜତ ନାଗପାଲ । ସେହିପରି ‘ଖଡ ତେନୁ ମେଁ ଦସା’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଅଗମ-ଅଜୀମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.