ମୁମ୍ବାଇ: ସୋସିଆଲ ମିଡିଆରେ ଫେକ ଭ୍ୟୁଜ, ଲାଇକ୍ସ, କମେଣ୍ଟ ସବ୍ସକ୍ରାଇବର୍ସ ଓ ସେୟାର ଉପଲବ୍ଧ କରାଉଥିବା ଏକ କମ୍ପାନୀର ପ୍ରମୁଖଙ୍କୁ ମୁମ୍ବାଇ ପୋଲିସ ଗତ ମାସରେ ଗିରଫ କରିଥିଲା । ଏହି ମାମଲାରେ କିଛି ଦିନ ପୂର୍ବରୁ ଫେମସ ରାପର ବାଦଶାହଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ନିଜ ବୟାନରେ ବାଦଶାହ ମାନିଥିଲେ ଯେ ସେ ନିଜ ସୋସିଆଲ ମିଡିଆ ଫେକ ଫଲୋୟର୍ସ ସଂଖ୍ୟା ବଢାଇବା ପଇଁ 72 ଲକ୍ଷ ଟଙ୍କା ସେହି କମ୍ପାନୀକୁ ଦେଇଥିଲେ । ସେପଟେ ଏହି ମାମଲାରେ ଲୋକପ୍ରିୟ ଗାୟକ ମିକା ସିଂ ଏକ ପୋଷ୍ଟ କରି ଚର୍ଚ୍ଚାରେ ।
ସେ ବିନା କାହା ନାମ ନେଇ କିଛି ଷ୍ଟାର୍ସଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁମାନେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲାଇକ୍ସ ଓ ଭ୍ୟୁଜ ବଢାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ଭଲ କାମକୁ ଦେଖାଇଛନ୍ତି ।
ଆଉ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ମୁଁ ଶୁଣିବାକୁ ପାଉଛି ଯେ ଅନେକ ଅଭିନେତା ଓ ଗାୟକ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ ଫେକ ଭ୍ୟୁଜ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ମୁଁ ବହୁତ ମୁର୍ଖ 50ରୁ ଅଧିକ ଘର କିଣିଲି ଆଉ ସବୁବେଳେ ସମ୍ପତ୍ତିରେ ନିବେଶ କଲି । ନିଜ ଆୟର 10 ପ୍ରତିଶତ ଚାରିଟିରେ ଦାନ କରୁଛି । ହୁଏତଃ ମତେ ବି ଫେକ ଭ୍ୟୁଜ କିଣିବାର ଥିଲା । ଯାହାପରେ ମୋର ବି ରେକର୍ଡ ହୋଇଥାଆନ୍ତା । ଏହି ମାମଲାରେ ମୁଁ ସମସ୍ତଙ୍କ ପଛରେ ରହିଗଲି । ’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ମିକାଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରିଟି କମେଣ୍ଟ କରିଛନ୍ତି । ଏହି ମାମଲା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଯେବେ ଗାୟିକା ଭୂମିକା ତ୍ରିବେଦୀ ଗତ ମାସରେ ମୁମ୍ବାଇ ପୋଲିସ ଷ୍ଟେସନରେ ଏହାର ବିରୋଧରେ ଅଭିଯୋଗ ଆଣିଥିଲେ। ଯାହାକୁ ଆଧାର କରି ଏହି ରାକେଟର ପର୍ଦ୍ଦାଫାଶ କରିବାରେ ଲାଗିଛି ପୋଲିସ ।