ETV Bharat / sitara

କୁଇନଙ୍କୁ ମିକାଙ୍କ ପରାମର୍ଶ, ଅଭିନୟ କର

କିଛି ମାସରୁ କଙ୍ଗନାଙ୍କ ବ୍ୟବହାରରେ ବିରକ୍ତ ହୋଇଗଲେଣି ସମସ୍ତେ । ଏବେ ତାଙ୍କୁ ପରାର୍ମଶ ଦେଇ ଭଲ କାମ କରିବାକୁ କହୁଛନ୍ତି ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ମିକା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Dec 5, 2020, 2:03 PM IST

ମୁମ୍ବାଇ:ଅଭିନେତ୍ରୀ କଙ୍ଗନା ରଣାୱତ ଯେବେଠୁ କୃଷକ ଆନ୍ଦୋଳନ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି, ସେହି ସମୟରୁ ତାଙ୍କର ସମାଲୋଚନା କରାଯାଉଛି । ଅନେକ ରାଜନେତାଙ୍କ ଠୁ ନେଇ ସେଲିବ୍ରିଟି ତାଙ୍କର ନିନ୍ଦା କରିବାରେ ଲାଗିଛନ୍ତି । ସେହିପରି ବୁଧବାର ତାଙ୍କ ବୟାନକୁ ଆଧାର କରି ପପୁଲାର ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝ କଡା ଦବାବ ଦେଇଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା କଙ୍ଗନା ଓ ଦିଲଜିତଙ୍କ ବାକ୍ ଯୁଦ୍ଧ । ଯାହା ଏବେ ଦେଶର ବଡ ପ୍ରସଙ୍ଗ ସାଜିଛି । ସେପଟେ ଲୋକପ୍ରିୟ ଗାୟକ ମିକା ସିଂ ମଧ୍ୟ ଶୁକ୍ରବାର ତାଙ୍କ ଉପରେ ଏକ ଟ୍ବିଟ କରି ଲଜ୍ୟା ଲାଗିବା କଥା କହିଥିଲେ । ଆଉ ଏବେ ପୁଣିଥରେ ତାଙ୍କୁ ପରାର୍ମଶ ଦେଇ ଚର୍ଚ୍ଚାରେ ସେ ।

ଏହାପୂର୍ବରୁ, କେବଳ କଙ୍ଗନା ଏବଂ ଦିଲଜିତଙ୍କ ମଧ୍ୟରେ ଦେଖାଯାଉଥିବା ଏହି ଲଢେଇଇ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏଥିରେ ଆହୁରି ଅନେକ ସେଲିବ୍ରିଟି ସମ୍ପୃକ୍ତ ହୋଇଛନ୍ତି । ପ୍ରତ୍ୟେକ ସେଲିବ୍ରିଟି କଙ୍ଗନାଙ୍କ ବକ୍ତବ୍ୟକୁ ଖଣ୍ଡନ କରିବା ସହ ତାଙ୍କୁ ନିଜ ଭାଷାରେ ସଂଯମ ହେବାକୁ ପରାମର୍ଶ ଦେଉଛନ୍ତି ।

ମିକା ମଧ୍ୟ ପରାର୍ମଶ ଦେଇ ଲେଖିଛନ୍ତି, ‘ବେଟା ତୁମର ଟାର୍ଗେଟ କଣ ବୁଝାପଡୁନାହିଁ । ଆପଣ ବହୁତ ଟ୍ୟାଲେଣ୍ଟେଡ । ସୁନ୍ଦରୀ ମଧ୍ୟ । ଅଭିନୟ କର ୟାର । ହଠାତ୍ ଏତେ ଦେଶଭକ୍ତି ତାହା ବି ଟ୍ବିଟର ଓ ନ୍ୟୁଜରେ ।’

ଫଟୋ ସୌଜନ୍ୟ: ଟ୍ବିଟର@ମିକା ସିଂ
ଫଟୋ ସୌଜନ୍ୟ: ଟ୍ବିଟର@ମିକା ସିଂ

ଖାଲି ଏତିକି ନୁହେଁ ଦ୍ବିତୀୟ ଟ୍ବିଟରେ ମିକା ଲେଖିଛନ୍ତି, ‘ତୁମେ ଆମ ଅଭିଯାନରେ ସାମିଲ ହୋଇପାରିବ । ଯେଉଁଥିରେ ଆମେ 20 ଲକ୍ଷ ଲୋକଙ୍କୁ ଖାଦ୍ୟ ଦାନ କରୁଛୁ । କିଛି ନହେଲେ ନାହିଁ ମାତ୍ର 5 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଅ । ମହାନ କଥା ହେବ । ସୋସିଆଲ ମିଡିଆରେ ବାଘୁଣୀ ହେବା ସହଜ କଥା ହେଲେ ଏପରି କାମ କରିବା କଷ୍ଟଦାୟକ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.