ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ସିଙ୍ଗର, କମ୍ପୋଜର ପ୍ରତୀକ ଗାନ୍ଧୀଙ୍କ ନୂଆ ସିଙ୍ଗଲ ‘ତୁମ ଆଓ ନା’। ଗୀତର ପ୍ରିମିୟର ଶନିବାର ହେବାକୁ ଯାଉଛି । ଯାହାକୁ ନେଇ ପ୍ରତୀକଙ୍କ ଖୁସି ନକହିଲେ ସରେ । ଏହି ଅବସରରେ ସେ କହିଛନ୍ତି ଯେ ଦର୍ଶକ ତାଙ୍କର ସବୁ ଟ୍ରାକରେ ମହତ୍ବପୂର୍ଣ୍ଣ ଓ ବହୁମୁଖୀ ସ୍ବରକୁ ପସନ୍ଦ କରନ୍ତି ।
ସେ ତୁମ ଆଓ ନା ଗୀତ ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ଗୀତର ରଚନା ଏବଂ ଶୈଳୀକୁ ଆହୁରି ସଂଶୋଧନ କରିଛି । ଏହି ଗୀତଟି ହିନ୍ଦୀ ଏବଂ ପଞ୍ଜାବୀ ଭାଷାର ମିଶ୍ରଣ ଅଟେ। ଏହି ଟ୍ରାକ୍ ମସ୍ତିଷ୍କ ଏବଂ ହୃଦୟକୁ ସକରାତ୍ମକ ଭାବରେ ପ୍ରଭାବିତ କରିବ।’
- " class="align-text-top noRightClick twitterSection" data="
">
ସେହିପରି ଭିନ୍ନ ପ୍ରେମ କାହାଣୀକୁ ନେଇ ଆଧାରିତ ‘ତୁମ ଆଓ ନା’ । ସେପଟେ ପ୍ରିମିୟର ହେବାର ସୂଚନା ଦେଇ ପ୍ରତୀକ ଇନଷ୍ଟାଗ୍ରାମରେ ଏକ ମୋଶନ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ପ୍ରତୀକ ଏବଂ ଇଚ୍ଛା ହେଉଛି ଗୀତର ଦୁଇଟି ମୁଖ୍ୟ ଗୁଣ | ମୋର ଆନିମେଟେଡ୍ ଚରିତ୍ର ତାଙ୍କ ପ୍ରିୟଙ୍କୁ ଖୋଜିବା ପାଇଁ ସ୍ବପ୍ନ କ୍ଷେତ୍ରରେ ଭ୍ରମଣ କରୁଛି । ମୋର ସଙ୍ଗୀତ ହେଉଛି ଭାରତୀୟ ଧ୍ବନି, ଇଲେକ୍ଟ୍ରୋନିକ୍ ସାଉଣ୍ଡ୍ ଡିଜାଇନ୍ ଏବଂ ବାସ୍ର ମିଶ୍ରଣ ।’
ପ୍ରକାଶ ଥାଉକି ପୂର୍ବରୁ ପ୍ରତୀକ ବୋନି ଦୟାଲ, ଅଙ୍କିତା ତିୱାରୀ, ଶେଫାଳି ଓ ଗୁରିନ୍ଦର ସିଗଲଙ୍କ ପାଇଁ ମ୍ୟୁଜିକ କମ୍ପୋଜ କରିସାରିଛନ୍ତି ।