ETV Bharat / sitara

ସତ ହେଲା ମିଛ ଖବର, ଆଖି ବୁଜିଲେ ବଣ୍ଡ ଗାର୍ଲ ତାନିଆ ରୋବର୍ଟ - ବଣ୍ଡ ଗାର୍ଲ ନାମରେ ଚର୍ଚ୍ଚିତ ଅଭିନେତ୍ରୀ ତାନିଆ ରୋବର୍ଟ୍ସ ଦେହାନ୍ତ

ହଲିଉଡ ଅଭିନେତ୍ରୀ ତାନିଆଙ୍କ ମୃତ୍ୟୁ ଘୋଷଣା ରବିବାର ହୋଇଥିବା ବେଳେ ସୋମବାର ଦୁନିଆକୁ ଅଲବିଦା କହିଥିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jan 7, 2021, 10:30 AM IST

ଲସ ଆଞ୍ଜେଲସ: ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ହଲିଉଡ ଇଣ୍ଡଷ୍ଟ୍ରିରେ । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚାରେ । ମିଛରେ ପ୍ରକାଶ ହୋଇଥିବା ମୃତ୍ୟୁ ଖବର ସାଜିଲା ସତ । ମୃତ୍ୟୁ ପୂର୍ବରୁ ବଣ୍ଡ ଗାର୍ଲ ନାମରେ ଚର୍ଚ୍ଚିତ ଅଭିନେତ୍ରୀ ତାନିଆ ରୋବର୍ଟ୍ସ ମୃତ୍ୟୁ ଘୋଷଣା ହୋଇଥିଲା । ଆଉ ଏହାର ଠିକ୍ ଗୋଟିଏ ଦିନ ପରେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି । 1985ରେ ଆସିଥିବା ଜେମ୍ସ ବଣ୍ଡ ସିରିଜର ‘ଏ ଭ୍ୟୁ ଟୁ ଏ କିଲ୍‌’ରେ ଷ୍ଟେସି ସଟନ ଭୂମିକାରେ ଅଭିନୟ କରି ରାତାରାତି ପପୁଲାର ହୋଇଥିଲେ ତାନିଆ । 65 ବର୍ଷରେ ତାଙ୍କ ଦେହାନ୍ତ ହୋଇଛି । ଯାହାକୁ ନେଇ ହଲିଉଡ ଇଣ୍ଡଷ୍ଟ୍ରିରେ ଖେଳି ଯାଇଛି ଶୋକର ଛାୟା ।

ଗତ ରବିବାର ଦିନ ତାଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା । ଯାହାପରେ କ୍ଷମା ମଗାଯାଇ ଏହି ଖବରକୁ ଖଣ୍ଡନ କରାଯାଇଥିଲା । ମଙ୍ଗଳବାର ଦିନ ରୋବର୍ଟଙ୍କ ପ୍ରଚାର କାର୍ଯ୍ୟକୁ ଦେଖିଥିବା ମାଇକ ପିଙ୍ଗଲ ନିଶ୍ଚିତ କରିଛନ୍ତି ଯେ ସୋମବାର ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି । ସେ ଦୀର୍ଘ ସମୟରୁ ୟୁରେନରି ସଂକ୍ରମଣରେ ସଂକ୍ରମଣ ଥିଲେ । ଏହି ସଂକ୍ରମଣ ତାଙ୍କର କିଡନୀ, ଗାଲ୍ ବ୍ଲାଡର, ଯକୃତ ଏବଂ ରକ୍ତରେ ମଧ୍ୟ ବ୍ୟାପି ଯାଇଥିଲା ।

ପ୍ରକାଶ ଥାଉକି ଏହାପୂର୍ବରୁ ପିଙ୍ଗଲ ହଠାତ୍ ଅନେକ ଗଣମାଧ୍ୟମରେ କହିଥିଲେ ଯେ ରୋବର୍ଟଙ୍କ ମୃତ୍ୟୁ ଘଟିଛି ଏବଂ ଡାକ୍ତରଖାନା ପରିଦର୍ଶନ କରିଥିବା ତାଙ୍କ ସାଥୀ ଲାନ୍ସ ଓବ୍ରାଇନଙ୍କ ଦ୍ବାରା ନିଶ୍ଚିତ କରାଯାଇଥିଲା । କିନ୍ତୁ ପରେ ସେ ଜୀବିତ ଥିବା ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଥିଲା । ଖ୍ରୀଷ୍ଟମାସ ପୂର୍ବେ ସନ୍ଧ୍ୟାରେ ସେ କୁକୁର ବୁଲିବାକୁ ନେଇଥିବା ସମୟରେ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.