ETV Bharat / sitara

ସମ୍ପର୍କୀୟ ଲବୀନାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଭଟ୍ଟ ବ୍ରଦର୍ସ

ନିକଟରେ ଅଭିନେତ୍ରୀ ଲବୀନାଙ୍କ ନାମରେ ମାନହାନି ମକଦ୍ଦମା କରିଥିଲେ ମହେଶ ଭଟ୍ଟ । କାରଣ ସେ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ଅଧିକ ପଢନ୍ତୁ...

author img

By

Published : Oct 31, 2020, 1:32 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଫେମସ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଗତ 6 ମାସରୁ ବିବାଦ ଘେରରେ ରହିଆସୁଛନ୍ତି । ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ନାମ ସମ୍ପୃକ୍ତ ହେବା । ପୁଣି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆଉ ନିକଟରେ ତାଙ୍କ ସମ୍ପର୍କୀୟ, ଅଭିନେତ୍ରୀ ଲବୀନା ଲୋଧ ତାଙ୍କ ଉପରେ ସାଙ୍ଘତିକ ଅଭିଯୋଗ ଆଣିଥିଲେ। ବଲିଉଡରେ ସେ ନିଜ ଭଣଜା ସୁମିତ ସଭରୱାଲଙ୍କ ସହ ମିଶି ଡ୍ରଗ୍ସ ଓ ଝିଅ କାରବାର କରୁଛନ୍ତି ବୋଲି କହିଥିଲେ ଲବୀନା ।

ଏବେ ଭଟ୍ଟ ବ୍ରଦର୍ସ ଏହି ଘଟଣାରେ ମୌନ ବ୍ରତ ଭାଙ୍ଗିଛନ୍ତି । ମହେଶ ଭାଇ ତଥା ନିର୍ମାତା ମୁକେଶ ଭଟ୍ଟଙ୍କ ସହ ମିଶି ଶୁକ୍ରବାର ଏହି ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ, ଆଉ ସତ କଥା ସମସ୍ତଙ୍କ ସାମ୍ନାକୁ ଆସିବ ବୋଲି କହିଛନ୍ତି ।

ଗତ ସପ୍ତାହରେ ଲବୀନା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ମହେଶଙ୍କ ଉପରେ ଅନେକ ଅଭିଯୋଗ ଲଗାଇଥିଲେ । ଆଉ କହିଥିଲେ ସେ ତାଙ୍କ ଭଣଜା ତଥା ବିଶେଷ ଫିଲ୍ମ ମ୍ୟାନେଜ ସୁମିତଙ୍କ ପତ୍ନୀ । ମାମୁଁ-ଭଣଜା ମିଶି ବଲିଉଡରେ ଡ୍ରଗ୍ସ ଓ ଝିଅ କାରବାର କରୁଛନ୍ତି ।

ଏହାର ଜବାବ ଦେଇ ନିକଟରେ ମହେଶ କହିଥିଲେ ଲିଗାଲ ଆକ୍ସନ ନେବେ ବୋଲି । ଆଉ ଏବେ ନିଜ ପରାମର୍ଶଦାତା ଅମିତ ନାୟକଙ୍କ ମାଧ୍ୟମରେ ଲବୀନାଙ୍କୁ ନୋଟିସ୍ ପଠାଇ ତାଙ୍କୁ ଏପରି ମିଥ୍ୟା ବିବୃତ୍ତି ବନ୍ଦ କରିବାକୁ କହିଛନ୍ତି ।

ସେହିପରି ଶୁକ୍ରବାର ଦୁଇ ଭାଇ ଏକ ଷ୍ଟେଟମେଣ୍ଟ ଜାରି କରିଥିଲେ । ଯେଉଁଥିରେ ଲେଖାଯାଇଛି, ‘ଜନସାଧାରଣ ଭାବରେ କହିଛନ୍ତି ଯେ ସେମାନଙ୍କ ଜୀବନ ହେଉଛି କୌତୁହଳ, ଆଗ୍ରହ, ଯାଞ୍ଚ ଏବଂ ଗୁଜବର ବିଷୟ । ଯାହା ପ୍ରାୟତଃ ତୀବ୍ର ଦାୟିତ୍ବହୀନ କିମ୍ବା ଅନ୍ୟାୟ ଅଟେ । ନିକଟରେ ଲବନୀ ଦେଇଥିବା ବୟାନରେ କହିଥିଲେ ସୁମିତ ଆମ ଭଣଜା । ଯାହା ସମ୍ପୂର୍ଣ୍ଣ ମିଛ କଥା । ସେ 20 ବର୍ଷ ଧରି ଆମ ଫିଲ୍ମ ନିର୍ମାଣ କମ୍ପାନୀ ବିଶେଷ ଫିଲ୍ମରେ କାମ କରୁଥିବା ଜଣେ କର୍ମଚାରୀ। ନିକଟରେ ଲବନୀଙ୍କୁ ଏକ ଫ୍ଲାଟରୁ ବାହାର କରାଯିବା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସେହି ଫ୍ଲାଟ ଉପରେ ସେ ଦୀର୍ଘ ସମୟରୁ କବଜା କରିଆସୁଛନ୍ତି । ଏହାର ପ୍ରତିଶୋଧ ନେବା ପାଇଁ ସେ ମୁକଦ୍ଦମା ବାଜି ରଣନୀତିରେ ଆମ ପୁରା ପରିବାର ବିରୋଧରେ ବ୍ୟକ୍ତିଗତ ରୂପେ ଟାର୍ଗେଟ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ବିରୋଧରେ ଗତ ସୋମବାର ଦିନ ମାନହାନି ମକଦ୍ଦମା ବମ୍ବେ ହାଇକୋର୍ଟରେ କରାଯାଇଛି । ଯାହାଦ୍ବାରା ସେ ଚାହିଁଲେ ମଧ୍ୟ ଆମ ଉପରେ ମାନହାନି ମକଦ୍ଦମା କରିପାରିବେ ନାହିଁ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.