ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: ଏନସିବି ଅଫିସରେ ପହଞ୍ଚିଲେ କରନ

author img

By

Published : Dec 19, 2020, 7:41 AM IST

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଆରମ୍ଭ ହୋଇଥିବା ବଲିଉଡ ଡ୍ରଗ୍ସ କେସରେ ଏଯାବତ ଅନେକ ଷ୍ଟାର୍ସଙ୍କୁ ପଚରାଉଚରା କରିସାରିଲାଣି ଏନସିବି । ହେଲେ ଏଥର ଏନସିବି ଅଫିସକୁ ଯାଇନାହାଁନ୍ତି କରନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@କରନ ଜୋହର

ମୁମ୍ବାଇ:ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ସମନ ପଠାଇଥିଲା । 2019ରେ ତାଙ୍କ ଘରେ ଆୟୋଜିତ ହୋଇଥିବା ଡ୍ରଗ୍ସ ପାର୍ଟିକୁ ଆଧାର କରି ତାଙ୍କୁ ନୋଟିସ ଦିଆଯାଇଥିଲା । ଆଉ ତାଙ୍କୁ ଶୁକ୍ରବାର ଏନସିବି ଅଫିସରେ ସାମିଲ ହେବାକୁ ମଧ୍ୟ କୁହାଯାଇଥିଲା । ହେଲେ ସେ ଏନସିବି ଅଫିସ ନଯାଇ ନିଜ ଓକିଲଙ୍କୁ ପଠାଇଥିଲେ । ଏନସିବିର ପଚରାଉଚରା ସମୟରେ 2019 ପାର୍ଟିରୁ ଭାଇରାଲ ହୋଇଥିବା ଭିଡିଓ ସହ ସମ୍ପୃକ୍ତ ଥିବା କିଛି ସୂଚନା ଓକିଲ ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ଯାହାର ଖୁଲାସା ଏଯାବତ ହୋଇନାହିଁ ।

ଯଦି କଥା ହେବା କରନଙ୍କ ପାର୍ଟି ବିଷୟ, ତେବେ ଏଥିରେ ଅନେକ ବଡ ବଡ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା । ଏହି କ୍ରମରେ ସାମିଲ ଅଛନ୍ତି ଦୀପିକା ପାଦୁକୋନ, ବିକ୍କୀ କୌଶଲ, ବରୁଣ ଧୱନ, ଅର୍ଜୁନ କପୁର, ଶାହିଦ କପୁର, ମଲାଇକା ଅରୋରା ଭଳି ସେଲିବ୍ରିଟି । ଆଉ ଏସବୁ ସେଲିବ୍ରିଟି ଡ୍ରଗ୍ସ ନେଇଥିବା ଭଳି ଜଣାପଡୁଥିଲେ । ଯାହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା ।

ପ୍ରକାଶ ଥାଉକି ଗତ କିଛି ମାସରୁ ଏନସିବି କ୍ରମାଗତ ଭାବେ ବଲିଉଡରେ ଚାଲିଥିବା ଡ୍ରଗ୍ସ କାରାବାର ପର୍ଦ୍ଦାଫାସ କରିବାରେ ଲାଗିଛି । ଏଯାବତ ଅନେକ ସେଲିବ୍ରିଟିଙ୍କ ନାମ ଏହି ମାମଲାରେ ସାମ୍ନାକୁ ଆସିସାରିଲାଣି । ଦୀପିକାଙ୍କ ଠୁ ନେଇ ସାରା ଅଲ୍ଲୀ ଖାନ ମଧ୍ୟ ଏନସିବିର ଜେରା ହୋଇସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.