ETV Bharat / sitara

‘RRR’ ଡିଜିଟାଲ ରିଲିଜ ଘୋଷଣା

author img

By

Published : May 27, 2021, 12:23 PM IST

ନେଟଫ୍ଲିକ୍ସ ଓ ଜି5ରେ ରିଲିଜ ହେବ ‘RRR’ । ସୂଚନା ଦେଲେ ଫିଲ୍ମ କ୍ରିଟିକ ତରଣ ଆଦର୍ଶ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଏବର୍ଷର ବିଗ ବଜେଟ ଫିଲ୍ମରେ ସାମିଲ ଅଛି ବହୁ ପ୍ରତିକ୍ଷିତ ଫିଲ୍ମ ‘RRR’। ଯାହାକୁ ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ। ଇତିମଧ୍ୟରେ ଫିଲ୍ମର ଡିଜିଟାଲ ରିଲିଜ ଘୋଷଣା କରି ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି ମେକର୍ସ । ସେହିପରି ଏହି ମଲ୍ଟି ଷ୍ଟାରର ଫିଲ୍ମକୁ ପ୍ରଥମ ସିନେମାହଲରେ ରିଲିଜ କରିବେ ମେକର୍ସ । ଆଉ ପରେ ଏହାକୁ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ କରିବାର ଯୋଜନା ରହିଛି ।

ଏହାର ସୂଚନା ଦେଇ ଫିଲ୍ମ କ୍ରିଟିକ ତରଣ ଆଦର୍ଶଙ୍କ ଏକ ଟ୍ବିଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଫିଲ୍ମର ଡିଜିଟାଲ୍ ଷ୍ଟ୍ରିମିଂ ପାର୍ଟନର ହେଉଛି ଜି5 । ଯେଉଁଥିରେ ଫିଲ୍ମର ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭର୍ସନ ରିଲିଜ ହେବ । ଏହା ବ୍ୟତୀତ ନେଟଫ୍ଲିକ୍ସରେ ଏହାର ହିନ୍ଦୀ ଭର୍ସନ ଦେଖିବେ ଦର୍ଶକ।’

ଏହା ସହିତ ପେନ୍ ଇଣ୍ଡିଆର ଏହି ଫିଲ୍ମର ବିଦେଶୀ ଭାଷା ଇଂରାଜୀ, କୋରିଆନ, ତୁର୍କୀ ଏବଂ ସ୍ପାନିଶରେ ମଧ୍ୟ ରିଲିଜ କରିବ । ପ୍ରକାଶ ଥାଉକି ଏହି ଫିଲ୍ମଟି ଏକ ପିରିୟଡ ଆକ୍ସନ୍ ଫିଲ୍ମ । ଯାହାର କାହାଣୀ ସ୍ବାଧୀନତା ସଂଗ୍ରାମୀ କୋମାରାମ ଭୀମା ଏବଂ ଆଲୁରୀ ସୀତାରାମ ରାଜୁଙ୍କ ଜୀବନ ଉପରେ ଆଧାରିତ ।

ମୁଖ୍ୟ ଭୂମିକାରେ ନଜର ଆସିବେ ଜୁନିୟର ଏନଟିଆର, ରାମ ଚରଣ, ଆଲିୟା ଭଟ୍ଟ ଓ ଅଜୟ ଦେବଗନଙ୍କ ଭଳି କଳାକାର । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବି ତୁଲାଇଛନ୍ତି ବାହୁବଳୀ ନିର୍ଦ୍ଦେଶକ ଏସଏସ୍ ରାଜାମୋଲୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.