ମୁମ୍ବାଇ: ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରକୁ ଟକ୍ଟର ଦେବାକୁ ବର୍ତ୍ତମାନ ପ୍ରସ୍ତୁତ ଆମାଜନ ପ୍ରାଇମ ଭିଡିଓ । ଆଗାମୀ ଫେଷ୍ଟିଭାଲ ସିଜନରେ ଦର୍ଶକଙ୍କୁ ସରପ୍ରାଇଜ ମିଳିବ ଏହି ପ୍ଲାଟଫର୍ମରେ । କାରଣ ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ଘୋଷଣା କରିଛି ପ୍ରାଇମ ଭିଡିଓ। ଫିଲ୍ମ ଟାଇଟେଲ ଅନୁଯାୟୀ ରିଲିଜ ତାରିଖ ଘୋଷଣା କରାଯାଇଛି ।
ଏହି କ୍ରମରେ ସାମିଲ ଅଛି ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଅଭିନେତ ଫିଲ୍ମ ‘କୁଲି ନଂ 1’ । ଡେଭିଡ ଧୱନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର 25ରେ ରିଲିଜ ହେବ । ଦର୍ଶକ ଘରେ ବସି ଫିଲ୍ମ ଦେଖିପାରିବେ ।
‘କୁଲି ନଂ 1’ ପୂର୍ବରୁ ତଥା ଡିସେମ୍ବର 11ରେ ରିଲିଜ ହେବ ‘ଦୁର୍ଗାବତୀ’ । ନିର୍ଦ୍ଦେଶକ ଅଶୋକଙ୍କ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଭୂମି ପେଡନେକର ନଜର ଆସିବେ। ଏହି ଫିଲ୍ମ ପ୍ରଯୋଜନା ଦାୟିତ୍ବ ତୁଲାଇଛି ଅକ୍ଷୟ କୁମାରଙ୍କ ପ୍ରଡକ୍ସନ କମ୍ପାନୀ ।
ଏହି ଦୁଇ ମେଗା ବଜେଟ ଫିଲ୍ମ ରିଲିଜ ପୂର୍ବରୁ ପ୍ରାଇମରେ ନଭେମ୍ବର 13ରେ ରିଲିଜ ହେବ ରାଜକୁମାର ରାଓ ଓ ନସୁରତ ଭାରୁଚାଙ୍କ ଫିଲ୍ମ ‘ଛଲାଙ୍ଗ’ । ଯାହାର ନିର୍ଦ୍ଦେଶନା କରିଛନ୍ତି ହଂସଲ ମେହତା ।
ପ୍ରକାଶ ଥାଉକି ପ୍ରାଇମ ଭିଡିଓ କେବଳ ହଟଷ୍ଟାର ସହ ନୁହେଁ ବରଂ ନେଟଫ୍ଲିକ୍ସ ସହ ମଧ୍ୟ କଡା ଟକ୍କର ଦେଇଛି । କାରଣ ଗୁରୁବାର କନ୍ନଡ, ତେଲୁଗୁ, ଓ ତାମିଲ ଭାଷାର ଅନେକ ଫିଲ୍ମ ରିଲିଜ କରିବାର ଘୋଷଣା କରାଯାଇଛି । ଏହି କ୍ରମରେ ଲୋକପ୍ରିୟ ଅଭିନେତା ଆର ମାଧବନଙ୍କ ଫିଲ୍ମ ‘ମାରା’ ସାମିଲ ଅଛି । ଯାହା ଡିସେମ୍ବର 17ରେ ରିଲିଜ ହେବ ।