ETV Bharat / sitara

ଆଖିବୁଜିଲେ ଲୋକପ୍ରିୟ ନିର୍ଦ୍ଦେଶକ ନିଶିକାନ୍ତ, ଶୋକ ପ୍ରକାଶ କଲେ ସେଲିବ୍ରିଟି

author img

By

Published : Aug 17, 2020, 1:30 PM IST

Updated : Aug 17, 2020, 5:53 PM IST

ଆଉ ଜଣେ ସେଲିବ୍ରିଟିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ହାଇଦ୍ରାବାଦରେ ଲିଭର ସିରୋସିସର ଚିକିତ୍ସା କରାଉଥିବା ନିଶିକାନ୍ତ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦ: 2020 ବର୍ଷ ଅଭିନୟ ଜଗତ ପାଇଁ ଅଶୁଭ ସାଜିଛି । କାରଣ ଏବର୍ଷ ଅନେକ କଳାକାରଙ୍କ ମୃତ୍ୟୁ ଖବର ପ୍ରାୟତଃ ସାମ୍ନାକୁ ଆସୁଛି । କିଛି କଳାକାର ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବାବେଳେ ଆଉ କିଛି ଅସୁସ୍ଥ ପାଇଁ ଜୀବନ ଲଢେଇରେ ହାରି ଯାଇଛନ୍ତି । ଏବେ ଏମିତି ଆଉ ଏକ ଖବର ବଲିଉଡକୁ ଭାଙ୍ଗି ଦେଇଛି । କାରଣ ଦୁନିଆ ଛାଡି ଚାଲିଯାଇଛନ୍ତି ଫେମସ ନିର୍ମାତା, ନିର୍ଦ୍ଦେଶକ ନିଶିକାନ୍ତ କାମତ।

ଲିଭଲ ସିରୋସିସ ପାଇଁ ତାଙ୍କ ଦେହାନ୍ତ ହୋଇଛି । ସେ ଜୁଲାଇ 31ରେ ହାଇଦ୍ରାବାଦର ଗାଚିବୋଲିସ୍ଥିତ ଏଆଇଜିରେ ଭର୍ତ୍ତି ହୋଇଥିଲେ । ସେ ଲିଭର ସିରୋସିସ ରୋଗରେ ପୀଡିତ ଥିଲେ । ହେଲେ ମାତ୍ର 50 ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲବିଦା କହି ଚିର ନିଦ୍ରାରେ ଶୋଇଯାଇଛନ୍ତି ।

ବର୍ତ୍ତମାନ ତାଙ୍କ ମୃତ୍ୟୁରେ ଶୋକଭରା ପୋଷ୍ଟ କରିବା ଆରମ୍ଭ କରିଦେଇଛନ୍ତି ସେଲିବ୍ରିଟି । ଫେମସ ଅଭିନେତା ରିତେଶ ଦେଶମୁଖ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ତୁମକୁ ବହୁତ ମିସ୍ କରିବି ବନ୍ଧୁ । ଭଗବାନ ତୁମ ଆତ୍ମକୁ ଶାନ୍ତି ଦିଅନ୍ତୁ ।’

ସେହିପରି ବି-ଟାଉନର ସିଂଘମ ଟ୍ବିଟ କରି ଲେଖିଛନ୍ତି, ‘ନିଶିକାନ୍ତଙ୍କ ସହ ମୋର ସମୀକରଣ କେବଳ ଦୃଶ୍ୟମ ବିଷୟରେ ନଥିଲା । ଏକ ଫିଲ୍ମ ଥିଲା ଯାହାକୁ ସେ ତବ୍ବୁ ଓ ମୋ ସହ ନିର୍ଦ୍ଦେଶିତ କରିଥିଲେ । ଯାହା ଏକ ସଂଗଠନ ପରି ଥିଲା । ଯାହାକୁ ମୁଁ ଭଲ ପାଏ । ସେ ଆଲୋକିତ ଥିଲେ ଆଉ ସବୁବେଳେ ହସୁଥିଲେ । ଦୁନିଆ ଛାଡି ସେ ଶୀଘ୍ର ଚାଲିଗଲେ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’

  • My equation with Nishikant was not just about Drishyam, a film which he directed with Tabu and me. It was an association that I cherished. He was bright; ever-smiling. He has gone too soon.
    RIP Nishikant 🙏

    — Ajay Devgn (@ajaydevgn) August 17, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଏହି ଫେମସ ନିର୍ମାତା ବଲିଉଡକୁ ଅନେକ ଦମଦାର ଫିଲ୍ମ ଦେଇଥିଲେ । ଅଜୟ ଦେବଗନ-ତବୁଙ୍କ 'ଦୃଶ୍ୟମ', ଇରଫାନ ଖାନଙ୍କ ଅଭିନୀତ 'ମଦାରୀ' ଏବଂ ଜନ ଆବ୍ରାହମ ଅଭିନୀତ 'ଫୋର୍ସ' ଏବଂ 'ରକି ହ୍ୟାଣ୍ଡସମ' ଭଳି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ।

Last Updated : Aug 17, 2020, 5:53 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.