ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ସୋମବାର ଏୟାରପୋର୍ଟରେ ନଜର ଆସିଥିଲେ । ହେଲେ ଏଥର କପିଲ ଏକ ହ୍ବିଲ ଚେୟାରରେ ଯାଉଥିବାର ବସିଥିବାର ଦେଖାଯାଉଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ଜଣେ ବ୍ୟକ୍ତି ପିପିଇ କିଟ୍ ପିନ୍ଧି ତାଙ୍କୁ ହ୍ବିଲ ଚେୟାରରେ ନେଇଥିବାର ଦେଖାଯାଇଥିଲା ଅଭିନେତା ସୁସ୍ଥ ଅଛନ୍ତି କି ନାହିଁ ଏହି ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଥିଲା । ଇତିମଧ୍ୟରେ କପିଲ ନିଜ ଅସୁସ୍ଥ କଥା ବିଷୟରେ ଖୁଲାସା କରିଛନ୍ତି ।
ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଜିମ୍ରେ ୱାର୍କଆଉଟ କରୁଥିବା ସମୟରେ ତାଙ୍କର ପିଠିରେ ଆଘାତ ଲାଗିଛି ଯାହା କିଛି ଦିନ ମଧ୍ୟରେ ଭଲ ହୋଇଯିବ। ଫ୍ୟାନ୍ସଙ୍କ ଚିନ୍ତା ପାଇଁ ଧନ୍ୟବାଦ ।
ପ୍ରକାଶ ଥାଉକି ଏୟାରପୋର୍ଟରୁ ବାହାରୁଥିବା ସମୟରେ ମିଡିଆ ପର୍ସନ ଉପରେ କ୍ରୋଧିତ ନଜର ଆସିଥିଲେ କପିଲ । ଯାହାକୁ ନେଇ କିଛି ଦିନରୁ ଚର୍ଚ୍ଚା । କିଛି କ୍ୟାମେରା ପର୍ସନ ତାଙ୍କର ଫଟୋ ଉଠାଇବାକୁ ସେ ଗାଳିଗୁଲଜ ମଧ୍ୟ କରିଥିଲେ ।