ETV Bharat / sitara

ବରୁଣଙ୍କୁ ଘାରିଛି ମହିଳାଙ୍କ ଚିନ୍ତା, ଦେଲେ ଏମିତି ବାର୍ତ୍ତା - ବରୁଣ ଧୱନଙ୍କ ନ୍ୟୁଜ

ଭାଇରାଲ ହେଲା ବରୁଣଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ପତ୍ନୀ, ମା' ଓ ଭାଉଜଙ୍କ ଫଟୋ ପୋଷ୍ଟ କରି ଦେଶବାସୀଙ୍କୁ ଦେଲେ ମେସେଜ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 9, 2021, 10:38 AM IST

ମୁମ୍ବାଇ: ଗତକାଲି ତଥା ମାର୍ଚ୍ଚ 8ରେ ସାରା ବିଶ୍ବରେ ମହିଳା ଦିବସ ପାଳନ କରାଯାଇଥିଲା । ଏହି ଦିନ ମହିଳାଙ୍କ ସମ୍ମାନ ବିଷୟରେ କଥା ହୁଅନ୍ତି ସମସ୍ତେ । ହେଲେ ଲୋକପ୍ରିୟ ଅଭିନେତା ବରୁଣ ଧୱନଙ୍କୁ ଲାଗୁଛି ଯେ, ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରିବା ଠିକ୍ କଥା, କିନ୍ତୁ ଯେତେବେଳେ ଆମେ ଆମ ଦେଶରେ ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ସୃଷ୍ଟି କରିବୁ ସେତେବେଳେ ଭାରତରେ ମହିଳାଙ୍କ ପ୍ରତି ସମ୍ମାନ ଦେଖାଯିବ ।

ସୋମବାର ସନ୍ଧ୍ୟାରେ ବରୁଣ ଇନଷ୍ଟାଗ୍ରାମରେ ପତ୍ନୀ ନତାଶା ଦଲାଲ, ତାଙ୍କ ମା ଏବଂ ଭାଉଜଙ୍କ ସହ ଫଟୋ ସେୟାର କରି ଏହି ଦିନକୁ ପାଳନ କରିବା ସହ ସମସ୍ତଙ୍କୁ ଭଲ ମେସେଜ ଦେଇଥିଲେ ।

ସେ ପୋଷ୍ଟରେ ଲେଖିଥିଲେ, ‘ମହିଳା ଦିବସର ଶୁଭେଚ୍ଛା । ଭାରତୀୟ ନାରୀ ସବ ପେ ଭାରୀ । ଏହା ବହୁତ ଭଲ ଯେ ଆମେ ସମସ୍ତେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ଦିନକୁ ସ୍ବତନ୍ତ୍ର କରିଥାଉ, କିନ୍ତୁ ପ୍ରକୃତ କାର୍ଯ୍ୟ ଘଟିବ ଯେତେବେଳେ ଆମେ ଆମ ଦେଶକୁ ମହିଳାମାନଙ୍କ ପାଇଁ ସୁରକ୍ଷିତ କରିପାରିବା, କାରଣ ପ୍ରତ୍ୟେକ ମହିଳା କାହାର ପତ୍ନୀ, ମା' କିମ୍ବା ଭଉଣୀ ଅଟନ୍ତି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.