ETV Bharat / sitara

ଅଶ୍ଳୀଳ ଗୀତ ନିର୍ମାଣ କରି ଫସିଲେ ଭୋଜପୁରୀ ଆକ୍ଟର ଖେସରୀ - ଖେସରୀ ଲାଲ ଯାଦବଙ୍କ ନ୍ୟୁଜ

ଦୀର୍ଘ 10 ବର୍ଷରୁ ମହିଳାଙ୍କ ଉପରେ ଅଶ୍ଳୀଳ ଗୀତ ନିର୍ମାଣ କରି ଆସୁଛନ୍ତି ଖେସରୀ । ଏବେ ତାଙ୍କ ବିରୋଧରେ ରୁଜୁ ହେଲା ମାମଲା । ଅଧିକ ପଢନ୍ତୁ...

ଆକ୍ଟର ଖେସରୀଙ୍କ ନାଁରେ ଅଭିଯୋଗ
ଆକ୍ଟର ଖେସରୀଙ୍କ ନାଁରେ ଅଭିଯୋଗ
author img

By

Published : Jun 12, 2021, 7:45 AM IST

ମୁମ୍ବାଇ: ମୁମ୍ବାଇରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଖେସରୀ ଲାଲ ଯାଦବଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହି ଅଭିଯୋଗରେ କୁହାଯାଇଛି ଯେ ଖେସରୀ ଅଶ୍ଳୀଳ ଗୀତ ନିର୍ମାଣ କରନ୍ତି । ଏହି ସମସ୍ତ ଗୀତ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରେ | ଭାରତୀୟ ଦଣ୍ଡ ସଂହିତା 292, 294,354 ଅନୁଯାୟୀ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଖେସରୀଙ୍କ ବିରୋଧରେ ଏହି ଅପରାଧିକ ଅଭିଯୋଗ ସନାତନ ସେନାର ରାଷ୍ଟ୍ରୀୟ ସଭାପତି ସୁରଜିତ ସିଂ କରିଛନ୍ତି । ଅଭିଯୋଗରେ କୁହାଯାଇଛି ଯେ ଅଭିନେତା ଗତ 10 ବର୍ଷ ଧରି ଅଶ୍ଳୀଳ ଗୀତ ଗାଉଛନ୍ତି । ମହିଳାଙ୍କ ପ୍ରତି ଏପରି ଗୀତ ଲେଖିବା ଏବଂ ଟଙ୍କା ରୋଜଗାର କରିବା ଠିକ୍ କଥା ନୁହେଁ ।

ଅଭିଯୋଗରେ ଖେସରୀଙ୍କ ଏକ ଗୀତ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହାର ନାମ ହେଉଛି ‘ଚାଚି କେ ବଚି ସ୍ବପ୍ନ ମେନ୍ ଆତି ହେ’ । ଏହି ଗୀତଟି ଜୁନ 2ରେ ରିଲିଜ ହୋଇଥିଲା | କୁହାଯାଇଛି ଯେ ଏହି ଗୀତ ସମାଜରେ ମହିଳାଙ୍କ ପ୍ରତି ଅସମ୍ମାନକୁ ସ୍ପଷ୍ଟ ଭାବରେ ଦର୍ଶାଉଛି ।

ପ୍ରକାଶ ଥାଉକି ଖେସରୀ ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ଭଲ ଆକ୍ଟର ହେବା ସହ ସିଙ୍ଗର ଓ ମଡେଲ ମଧ୍ୟ । ସେ 2012ରେ ଆସିଥିବା ‘ସାଜନ ଚଲେ ସସୁରାଲ’ ଫିଲ୍ମରୁ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ସେହିପରି 2019ରେ ସେ ପପୁଲାର ରିୟାଲିଟି ଶୋ ‘ବିଗବସ 13’ରେ ସାମିଲ ହୋଇଥିଲେ । ସେ ନିଜ ଅଭିନୟ ପାଇଁ ଅନେକ ପୁରସ୍କାରରେ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.