ETV Bharat / sitara

ବାଥଟବରୁ ମିଳିଲା ଫଟୋଗ୍ରାଫର ରାମଙ୍କ ମୃତଦେହ - ବାଥଟବରୁ ମିଳିଲା ଆର୍ଟିଷ୍ଟ ରାମ ମୃତଦେହ

ଆତ୍ମହତ୍ୟା କଲେ ଫେମସ ଫଟୋଗ୍ରାଫର, ଆର୍ଟିଷ୍ଟ ରାମ ଇନ୍ଦ୍ରନୀଲ । ଘର ବାଥଟବରୁ ମିଳିଲା ତାଙ୍କ ମୃତଦେହ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
author img

By

Published : Aug 20, 2020, 2:44 PM IST

ମୁମ୍ବାଇ: ସାମ୍ନାକୁ ଆସିଲା ଆଉ ଏକ ଦୁଃଖଦ ଖବର । ଫେମସ ଆର୍ଟିଷ୍ଟ ରାମ ଇନ୍ଦ୍ରନୀଲ କାମତଙ୍କ ଦେହାନ୍ତ ହୋଇଛି । ସେ ମାତ୍ର 41 ବର୍ଷ ବୟସରେ ଦୁନିଆ ଛାଡି ଚାଲିଯାଇଛନ୍ତି । ମୁମ୍ବାଇର ମାଟୁଙ୍ଗା ସ୍ଥିତ ତାଙ୍କ ଘରର ବାଥଟବରେ ରାମଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁକୁ ଆକସ୍ମିକ ମୃତ୍ୟୁ କହି ପୋଲିସ ବର୍ତ୍ତମାନ ଏକ ମାମଲା ରୁଜୁ କରିଛି । ହେଲେ ରାମ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଅନୁମାନ କରୁଛି । ସେହିପରି ସେ ନିଜ ମା'ଙ୍କ ସହ ମାଟୁଙ୍ଗାରେ ରହୁଥିଲେ ।

ଘଟଣାସ୍ଥଳରୁ ପୋଲିସ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଜବତ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆତ୍ମହତ୍ୟା ନୋଟରେ ରାମ ନିଜ ଆତ୍ମହତ୍ୟା ପାଇଁ କାହାରିକୁ ଦାୟୀ କରିନାହାଁନ୍ତି । ବର୍ତ୍ତମାନ ପୋଲିସ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିବା ଆରମ୍ଭ କରିଦେଇଛି ।

ପ୍ରକାଶ ଥାଉକି ବୁଧବାର ଅପରାହ୍ନ 3ଟାରେ ବାଥଟବରେ ରାମଙ୍କ ମୃତଦେହ ମିଳିଥିଲା । ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଯାବତ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିନାହିଁ ।

ସେହିପରି ଶୁଣିବାକୁ ମିଳୁଛି ଯେ ରାମ କିଛି ମାସରୁ ଡିପ୍ରେସନରେ ଥିଲେ । ଲକଡାଇନ ପାଇଁ ତାଙ୍କ ମାନସିକ ଚିନ୍ତା ଆହୁରି ବଢିଯାଇଥିଲା । ରାମ ଜଣେ ଆର୍ଟିଷ୍ଟ ହେବା ସହ ଭଲ ଫଟୋଗ୍ରାଫର ମଧ୍ୟ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.