ETV Bharat / sitara

‘ରଶ୍ମୀ ରକେଟ’ରୁ ‘ଲୁପ ଲପେଟା’ ମୁହାଁ ତାପସୀ

author img

By

Published : Nov 24, 2020, 3:20 PM IST

ଗତ ବର୍ଷ ତାପସୀଙ୍କ ଚାରୋଟି ଫିଲ୍ମ ପରଦାରେ ଦେଖିବାକୁ ମିଳିବ । ଏବେ ସେ ରଶ୍ମୀ ରକେଟର ପ୍ରଥମ ସିଡ୍ୟୁଲ ଶେଷ କରିଛନ୍ତି । ଆଉ ଆରମ୍ଭ କରିବାକୁ ଯାଉଛନ୍ତି ଲୁପ୍ ଲପେଟାର ସୁଟିଂ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ ଦୌଡ ରାଣୀ ସାଜି ଏଥର ପରଦାରେ ଦୌଡିବେ । କାରଣ ସେ ଖୁବଶୀଘ୍ର ଫିଲ୍ମ ‘ରଶ୍ମୀ ରକେଟ’ ନେଇ ଫେରିବେ । ଏବେ ସେ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ କରିସାରିଛନ୍ତି । ଲକଡାଉନର 8 ମାସ ପରେ ଏହି ଫିଲ୍ମର ସୁଟିଂ ନିକଟରେ ଆରମ୍ଭ କରିଥିଲେ ମେକର୍ସ । ଏହା ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ କରି ତାପସୀ ବର୍ତ୍ତମାନ ପ୍ରସ୍ତୁତ ଅଛନ୍ତି ନିଜର ଆଗାମୀ ଫିଲ୍ମ ପ୍ରୋଜେକ୍ଟ ‘ଲୁପ୍ ଲପେଟା’ ପାଇଁ ।

ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇ ‘ରଶ୍ମୀ ରକେଟ’ ସେଟରୁ ଏକ ଫଟୋ ପୋଷ୍ଟ କରିଛନ୍ତି ସେ । ଯେଉଁଥିରେ ସେ ରନିଂ ଟ୍ରାକରେ ଦୌଡୁଥିବାର ଦେଖାଯାଉଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି, ‘କାର୍ଯ୍ୟସୂଚୀ 1 ପରି ବୁଟ୍ କ୍ୟାମ୍ପ ସରିଗଲା ବର୍ତ୍ତମାନ ଲୋଲା ପରିବାର ଆଡକୁ ଦୌଡୁଛି । ଯାହା ମଜାଦାର ହେବାକୁ ଯାଉଛି । ରଶ୍ମୀ ରକେଟରୁ ଲୁପ ଲପେଟା ମୁହାଁ ।’

‘ଲୁପ୍ ଲପେଟା’ ହେଉଛି ଟମ୍ ଟାଇକୱାରଙ୍କ 1998 ଜର୍ମାନ ହିଟ୍ ‘ରନ୍ ଲୋଲା ରନ୍’ର ଏକ ଭାରତୀୟ ସଂସ୍କରଣ । ଏଥିରେ ମୁଖ୍ୟ ଭୂମିକାରେ ତାହିର ରାଜ ଭାସିନ ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି କୋଭିଡ-19 ପାଇଁ ବୀମାଭୁକ୍ତ ହୋଇଥିବା ପ୍ରଥମ ଫିଲ୍ମ ବୋଲି ଚର୍ଚ୍ଚା ।

ତାପସୀ 2021ରେ ବ୍ୟାକ ଟୁ ବ୍ୟାକ ଫିଲ୍ମ ଆଣି ଦର୍ଶକଙ୍କୁ ମନୋରଞ୍ଜନ କରିବେ । ନିକଟରେ ସେ ‘ହସୀନ ଦିଲରୁବା’ର ସୁଟିଂ ଶେଷ କରିଥିଲେ । ଏହାବ୍ୟତୀତ ସେ ସାବାସ୍ ମିଠୁରେ ମଧ୍ୟ ନଜର ଆସିବେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.