ମୁମ୍ବାଇ: ବଲିଉଡର ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ଆଜି ସ୍ବାମୀ ଡେନିୟଲ ୱେବରଙ୍କ ଜନ୍ମଦିନ ଖାସ୍ ଅନ୍ଦାଜରେ ପାଳନ କରୁଛନ୍ତି । ଏହି ଅବସରରେ ସେ ସୋସିଆଲ ମିଡିଆରେ ଡେନିୟଲଙ୍କ ପାଇଁ ନିଜ ପ୍ରେମ ପ୍ରକାଶ କରିଛନ୍ତି । ଡେନିୟଲଙ୍କ ସହ ନିଜର ଏକ ଫଟୋ ସେୟାର କରି ଶାନଦାର ପୋଷ୍ଟ ମଧ୍ୟ ଲେଖିଛନ୍ତି ସେ ।
ଫଟୋରେ ଡେନିୟଲଙ୍କ ସହ ବସିଥିବାର ନଜର ଆସୁଛନ୍ତି। ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ହାପି ବର୍ଥଡେ ଡେନିୟଲ । ଲାଇଫ କ୍ରେଜି ଆଉ ହାର୍ଡ ମଧ୍ୟ । କେବେ କେବେ ଏହା ସହ ଡିଲ କରିବା ମତେ ବହୁତ ଜଟିଳ ଲାଗେ । ହେଲେ ତୁମେ ମତେ ଆଉ ପିଲାଙ୍କୁ ସହଜରେ ସମ୍ଭାଳି ନେଉଛ । ତୁମେ ଆମର ବହୁତ ଯତ୍ନ ନେବା ସହ ଭଲ ମଧ୍ୟ ପାଉଛ । ବେଷ୍ଟ ସ୍ବାମୀ ଓ ବାପା ହେବା ପାଇଁ ଅନେକ ଅନେକ ଧନ୍ୟବାଦ । ହାପି ବର୍ଥଡେ ମାଇଁ ଲଭ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଗତ କିଛି ଦିନରୁ ସନ୍ନି ପରିବାର ସହ ଲସ୍ ଏଞ୍ଜେଲିସରେ ଅଛନ୍ତି । ନିକଟରେ ପିଲାଙ୍କୁ ମାସ୍କ ପିନ୍ଧିବା ସହ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ କୋରୋନା ପାଇଁ ସଚେତନା ବାର୍ତ୍ତା ବାଣ୍ଟିଥିଲେ ।