ମୁମ୍ବାଇ: ଓଟିଟି ପ୍ଲାଟଫର୍ମ ଏମଏକ୍ସ ପ୍ଲେୟାର ବର୍ତ୍ତମାନ ଚର୍ଚ୍ଚାରେ। କାରଣ ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ପର୍ଣ୍ଣ ୱେବ ସିରିଜ ‘ବୁଲେଟ୍ସ’ ଜରିଆରେ ନିଜ ଗ୍ରାହକଙ୍କୁ ବଢାଇବାକୁ ଚେଷ୍ଟା କରୁଥିବା ଏମଏକ୍ସ ପ୍ଲେୟାର ପର୍ଦ୍ଦାଫାଶ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଏହି ପ୍ଲାଟଫର୍ମ ଭାବିଚିନ୍ତି ବର୍ତ୍ତମାନ ନିଷ୍ପତ୍ତି ନେଉଛି । ଆଜ୍ଞା ହଁ, ଏମଏକ୍ସ ପ୍ଲେୟାର ଏବେ ଅନ୍ତରାଷ୍ଟ୍ରୀୟ ପର୍ଣ୍ଣ କଳାକାର ସନ୍ନିଙ୍କ ନୂଆ ୱେବ ସିରିଜ ରିଲିଜ ଉପରେ ରୋକ ଲଗାଇଦେଇଛି । ଯାହାକୁ ନେଇ ଚର୍ଚ୍ଚା । ହେଲେ ଏଯାବତ ସିରିଜର ନୂଆ ରିଲିଜ ତାରିଖ ମଧ୍ୟ ଘୋଷଣା କରିନାହିଁ ପ୍ଲାଟଫର୍ମ ।
ଲକଡାଉନ୍ ସମୟରେ ଏମଏକ୍ସ ପ୍ଲେୟାରର ଗ୍ରାହକ ସଂଖ୍ୟା ବଢିବାରେ ଲାଗିଥିଲା । ଏହି ବିଷୟରେ ସୂଚନା ସଂଗ୍ରହ କରିବା ପରେ, ଦେଖାଗଲା ଯେ ଦର୍ଶକ ଏହି ଓଟିଟିରେ ମାଗଣାରେ ଦେଖିବାକୁ ପାଇଛନ୍ତି ଏବଂ ଛୋଟ ସହର ଏହାର କଣ୍ଟେଣ୍ଟକୁ ଖୁବ୍ ପସନ୍ଦ ମଧ୍ୟ କରାଯାଉଛି । ମାଗଣା ଥିବାରୁ ଏହି ପ୍ଲାଟଫର୍ମରେ ଦର୍ଶକଙ୍କ ସଂଖ୍ୟା ବଢିଚାଲିଥିଲା ।
ସେପଟେ ଏହି ମାମଲାରେ ଉତ୍ତରପ୍ରଦେଶର ସମସ୍ତ ବଡ ପୋଲିସ ଅଧିକାରୀ ବିଶ୍ବାସ କରନ୍ତି ଯେ ମୋବାଇଲରେ ଅପରାଧିକ କାର୍ଯ୍ୟକ୍ରମ ପ୍ରଚୁର ମାତ୍ରାରେ କିଶୋର ଏବଂ ଯୁବକମାନଙ୍କ ଠାରୁ ନିଷ୍ପତ୍ତି ନେବା କ୍ଷମତାକୁ ଛଡ଼ାଇ ନେଇଛି। ଦିନରାତି ସେମାନେ ମୋବାଇଲରେ ଏଭଳି କାର୍ଯ୍ୟକ୍ରମ ଦେଖଛନ୍ତି ଏବଂ ଧୀରେ ଧୀରେ ନିଜ ବିଷୟରେ ଭାବିବା ବନ୍ଦ କରିଦେଇଛନ୍ତି।