ମୁମ୍ବାଇ: ଲକଡାଉନରେ ସେଲିବ୍ରିଟି ପାଖାପାଖି ଦୁଇ ମାସରୁ ଅଧିକ ହେବ ନିଜ ନିଜ ଘରେ ସମୟ ବିତାଇ ଆସୁଛନ୍ତି । ହେଲେ ସେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି । ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ସେଲିବ୍ରିଟି ନିଜର ପୁରୁଣା ଭିଡିଓ, ଫଟୋ, ୱାର୍କଆଉଟ ଭିଡିଓ ଇତ୍ୟାଦି ସେୟାର କରିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବିନ୍ଦ୍ରେ । ଏବେ ସେ ନିଜର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।
- " class="align-text-top noRightClick twitterSection" data="
">
ସେ ନିଜର କ୍ୟାରିୟର ଆରମ୍ଭ ସମୟର ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଫିଲ୍ମ ପାଇଁ ଫଟୋସୁଟ କରିଥିଲେ । ଅନେକ ଫଟୋକୁ ଏକାଠି ମିଶାଇ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।
ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି, ‘ସେହି ସମୟରେ ଆପଣଙ୍କ ପୋଷାକ ସହ ଲିପଷ୍ଟିକ ମ୍ୟଚ ହେଉଥିଲା । ଫ୍ଲାଶବ୍ୟାକ ଫ୍ରାଇଡେ ।’ ବର୍ତ୍ତମାନ ଭାଇରାଲ ହେଉଥିବା ତାଙ୍କ ଏହି ଭିଡିଓରେ ଫେମସ ଅଭିନେତ୍ରୀ ଦିୟା ମିର୍ଜା ହାର୍ଟ ଇମୋଜି କମେଣ୍ଟରେ କରିଛନ୍ତି । ସେହିପରି ଅଭିଷେକ ବଚ୍ଚନ ମଧ୍ୟ ସୋନାଲିଙ୍କ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ।