ମୁମ୍ବାଇ: କୋରୋନା ଭାଇରସ ବିରୋଧରେ ଦେଶରେ ଜାରିଥିବା ଲଢେଇରେ ସେଲିବ୍ରିଟି ନିଜ ଦ୍ବାରା ଯାହା ସମ୍ଭବ କରିଆସୁଛନ୍ତି । ପ୍ରଭାବିତଙ୍କ ସହଯୋଗ କରିବାକୁ ଯାଇ ଅନେକ ସେଲିବ୍ରିଟି କୋଟି କୋଟି ଦାନ ମଧ୍ୟ କରିସାରିଲେଣି । ଦୀର୍ଘ ସମୟରୁ ସୁପରଷ୍ଟାର ସଲମାନ ଖାନ, ଅକ୍ଷୟ କୁମାର ଓ ସୋନୁ ସୁଦ ଭଳି ଅଭିନେତା ଦିନ-ରାତି ଚେଷ୍ଟା ଚଳାଇଛନ୍ତି ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ । ଆଉ ଏବେ ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀ ସ୍ବାମୀ ତଥା ସଙ୍ଗୀତକାର ଜାଭେଦ ଅଖତରଙ୍କ ସହ ମିଶି ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦେଇଛନ୍ତି ।
ଶବାନା ବ୍ୟକ୍ତିଗତ ଭାବେ ସିନେ ଆଣ୍ଡ ଟିଭି ଆସୋସିଏସନ(ସିନତା)କୁ ଦାନ କରିଛନ୍ତି । ଏହାବ୍ୟତୀତ ସେ ଜାଭେଦଙ୍କ ସହ 4 ହଜାରରୁ ଅଧିକ ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଇଛନ୍ତି ।
ସେପଟେ ଜାଭେଦ ମଧ୍ୟ ଇଣ୍ଡିଆନ ପରଫର୍ମିଂ ରାଇଟ୍ସ ସୋସାଇଟିର 3 ଜହାର 7 ଶହ ପ୍ରବାଭିତ ସଦସ୍ୟଙ୍କୁ ରାସନ ଏବଂ ଟଙ୍କା ଦାନ କରି ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ।
ଶବାନା ଏହା ମଧ୍ୟ ଜଣାଇଛନ୍ତି ଯେ ମିଜାୱାନ ୱେଲଫେୟାର ସୋସାଇଟି ତରଫରୁ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଦିଲ୍ଲୀର ଆଖପାଖ ଗାଁରେ 1 ଲକ୍ଷ କିଲୋଗ୍ରାମରୁ ଅଧିକ ଶସ୍ୟ, 6 ହଜାରରୁ ଅଧିକ ହାତ ଧୋଇବା ସାବୁନ, 860 ସାନିଟାରୀ ପ୍ୟାଡ ଏବଂ 1 ହଜାରରୁ ଅଧିକ କପଡା ମାସ୍କ ଦାନ କରିସାରିଛନ୍ତି ।