ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ସହ ଏହି ଫିଲ୍ମରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ଧନୁଷ । ସେହିପରି ଖିଲାଡି ଅକ୍ଷୟ କୁମାର ମଧ୍ୟ ଅତିଥି ଅଭିନେତା ରୂପେ ନଜର ଆସିବେ । ଇତିମଧ୍ୟରେ ଫ୍ୟାନ୍ସଙ୍କୁ ନିଜ ସାୟରାନା ଅନ୍ଦାଜରେ ଖୁସ୍ କରିଦେଇଛନ୍ତି ସାରା । ପୋଷ୍ଟ କରିଛନ୍ତି ‘ସାରା କି ସାୟରୀ’ । ଏବର୍ଷ ଆଲୋର ବର୍ଷ ଧୁମଧାମରେ ମା' ଓ ଭାଇଙ୍କ ସହ ପାଳନ କରିଥିଲେ ସେ ।
- " class="align-text-top noRightClick twitterSection" data="
">
ଆଉ ସେଲିବ୍ରେଶନର ସୁନ୍ଦର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଏହା ଆଲୋକର ବର୍ଷ । ଭୁଲିଯାଏ ନକାରାତ୍ମକ ଓ ଲଢେଇ । ଆଶା କରୁଛି ସମସ୍ତେ ସୁସ୍ଥ ଥିବେ । ସମୃଦ୍ଧତା ନୂତନ ଉଚ୍ଚତାରେ ପହଞ୍ଚେ |ସମସ୍ତେ ଉଜ୍ଜଳ ଦିନ ଦେଖନ୍ତି ଏବଂ ରାତିକୁ ହାଲୁକା କରନ୍ତି । ୱେନେସଡେ ୱିଶଡମ । ସାୟରୀ କି କିଙ୍ଗଡମ୍ । ସାରା କା ସିଷ୍ଟମ ।’
- " class="align-text-top noRightClick twitterSection" data="
">
ଏହାପୂର୍ବରୁ ସେ ମା' ଅମୃତା ସିଂ ଓ ଭାଇ ଇବ୍ରାହମ ଅଲ୍ଲୀ ଖାନଙ୍କ ସହ ଫଟୋ ପୋଷ୍ଟ କରି ଏଭିଲ ଆଇ ଇମୋଜି ଦେଇଥିଲେ । ସେହିପରି ଭାଇଦୁଜ ଅବସରରେ ଇବ୍ରାହମଙ୍କ ପାଇଁ ସ୍ପେଶାଲ ମେସେଜ କରି ନିଜ ପ୍ରେମ ମଧ୍ୟ ପ୍ରକାଶ କରିଥିଲେ ।
- " class="align-text-top noRightClick twitterSection" data="
">