ETV Bharat / sitara

‘କେଜିଏଫ ଚାପ୍ଟର 2’କୁ ନେଇ ରବୀନା କଲେ ବଡ ଖୁଲାସା

author img

By

Published : Jan 6, 2021, 12:49 PM IST

ଚର୍ଚ୍ଚାରେ ରବୀନା । ୟଶଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କେଜିଏଫ 2’ରେ ଆସିବେ ନଜର । ଟିଜର ରିଲିଜ ବିଷୟରେ ଦେଲେ ସୂଚନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ

ମୁମ୍ବାଇ: ରବୀନ ଟଣ୍ଡନଙ୍କ ଖୁସି ବର୍ତ୍ତମାନ ନକହିଲେ ସରେ । କାରଣ ସେ ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର 2’ରେ ନଜର ଆସିବାକୁ ଯାଉଛନ୍ତି । ସେହିପରି ଖୁବଶୀଘ୍ର ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି । ଗତ ବର୍ଷ ଏହାର ଘୋଷଣା କରିଥିଲେ ମେକର୍ସ । ଟିଜରକୁ ନେଇ ସମସ୍ତେ ଏକ୍ସାଇଟେଡ ଥିବା ବେଳେ ରବୀନା ଫିଲ୍ମରେ ନିଜ ଭୂମିକା ବିଷୟରେ ଖୁଲାସା କରି ଚର୍ଚ୍ଚାରେ ।

ସେ ଫିଲ୍ମର ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ବହୁତ ଉତ୍ସାହିତ ଅଛି । କାରଣ ଆଉ ତିନି ଦନ ପରେ ଆସିବାକୁ ଯାଉଛି କେଜିଏଫ 2ର ଟିଜର । ଟିଜରକୁ ଦେଖିବା ପାଇଁ ଆଉ ଅପେକ୍ଷା କରି ହେଉନାହିଁ ।’

ରବୀନା ଏହି ପୋଷ୍ଟ ମଙ୍ଗଳବାର କରିଥିଲେ । ସେହିପରି ଆସନ୍ତା 8 ତାରିଖ ତଥା ତାମିଲ ସୁପରଷ୍ଟାର ୟଶଙ୍କ ଜନ୍ମଦିନରେ ଏହି ଖାସ୍ ଉପହାର ଫ୍ୟାନ୍ସଙ୍କୁ ଦେବାକୁ ସ୍ଥିର କରିଛନ୍ତି ମେକର୍ସ । ଏହାବ୍ୟତୀତ ରବୀନା ନିଜ ଭୂମିକା ବିଷୟରେ ଜଣାଇ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ବହୁତ କିଛି କହିବାକୁ ଚାହୁଁନି । କାରଣ ଏହା ରୋମାଞ୍ଚକଭରା ହେବାକୁ ଯାଉଛି । ମୋ ଭୂମିକା ସମ୍ପୂର୍ଣ୍ଣ ଭିନ୍ନ । ରାମିକା ସେନ ବହୁତ ଜଟିଳ । ହେଲେ ଆଉ ଏକ ସମୟରେ ବହୁତ ଶକ୍ତିଶାଳୀ । ମୋ ଭୂମିକା ଉପରେ ଆପଣ ଭବିଷ୍ୟବାଣୀ କରିପାରିବେ ନାହିଁ ।’

ପ୍ରକାଶ ଥାଉକି ରବୀନାଙ୍କ ବ୍ୟତୀତ ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତଙ୍କ ଭିଲେନ ଅବତାରେ ‘କେଜିଏଫ ଚାପ୍ଟର 2’ରେ ଦେଖିବାକୁ ମିଳିବ । ପ୍ରଥମଥର ପରଦାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ୟଶ ଓ ସଞ୍ଜୟ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.