ETV Bharat / sitara

ପରିବାର ସହ ଜନ୍ମଦିନ ପାଳିବାକୁ ଆମେରିକାରୁ ମୁମ୍ବାଇ ଆସିଲେ ରବୀନା

author img

By

Published : Oct 26, 2021, 1:07 PM IST

ଆଜି 47ତମ ଜନ୍ମଦିନ ପାଳୁଛନ୍ତି ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ ରବିନା ଟଣ୍ଡନ । ଏକଦା ଅଭିନୟ ଓ ଦମଦାର ଡାନ୍ସ ପାଇଁ ଦର୍ଶକଙ୍କୁ ଦିୱାନା କରିଥିବା ରବୀନା 1974 ଅକ୍ଟୋବର 26ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

ଅଭିନେତ୍ରୀ ରବିନା ଟଣ୍ଡନ
ଅଭିନେତ୍ରୀ ରବିନା ଟଣ୍ଡନ

ମୁମ୍ବାଇ: 'ଟିପ ଟିପ ବର୍ଷା ପାନି'ରେ ଡ୍ୟାନ୍ସ କରି ମହିଳାଙ୍କ ମନରେ ଇର୍ଷା ଭରି ଦେଇଥିଲେ ରବିନା । 'ତୁ ଚିଜ ବଡି ହେ ମସ୍ତ ମସ୍ତ' ଆନ୍ଦାଜରେ ଏବେ ବି ଦିୱାନା ଫ୍ୟାନ୍ସ । ଏବେ ବି ଏହି ଗୀତ ଅନେକଙ୍କ ମୁହଁରୁ ଶୁଣିବାକୁ ମିଳେ । ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଅଭିନୟରେ ଦମଦାର ଜଲୱା ଦେଖିଛନ୍ତି ଦର୍ଶକ । ଆଜି ତାଙ୍କ 47ତମ ଜନ୍ମଦିନ । 1974 ଅକ୍ଟୋବର 26ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ରବିନା । ଅଭିନୟରେ ପାଦ ଦେବା ପୂର୍ବରୁ ମଡେଲିଂ କରୁଥିଲେ ରବିନା । ରବିନାଙ୍କ ଜନ୍ମଦିନରେ ନଜର ପକାନ୍ତୁ ତାଙ୍କର କିଛି ଖାସ କଥା ଉପରେ....

ରବିନା ମୁମ୍ବାଇର ଜୁହୁ ସ୍ଥିତ ପବ୍ଲିକ ସ୍କୁଲରେ ପାଠ ପଢୁଥିଲେ । ପାଠପଢା ସମୟରେ ହିଁ ତାଙ୍କୁ ମଡେଲିଂ ପାଇଁ ଅଫର ମିଳୁଥିଲା । ମଡେଲିଂ କରିବାର କିଛି ବର୍ଷ ପରେ 1991ରେ ଫିଲ୍ମ ‘ପଥର କେ ଫୁଲ’ ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ରବିନା । ଏହାପରେ ସେ ବଲିଉଡକୁ ଦେଇଥିଲେ ଅନେକ ସୁପରହିଟ ଫିଲ୍ମ । ମୋହରା, ଦିଲୱାଲେ, ଲାଡଲା, ଜିଦି, କିମତ, ପରଦେଶୀ ବାବୁ, ଅଗ୍ନିବର୍ଷା, ବାରୁଦ ଓ ଦାମନ ଭଳି ବହୁ ହିଟ ଫିଲ୍ମରେ ଅଭିନୟ କରିଛନ୍ତି ରବିନା ।

ରବିନା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନିଲ ଥଡାନିଙ୍କୁ ବିବାହ କରିଛନ୍ତି । ପୂର୍ବରୁ ବିବାହିତ ଥିବା ଅନିଲଙ୍କୁ 2004 ଫେବୃଆରୀ 22ରେ ଉଦୟପୁରରେ ବିବାହ କରିଥିଲେ ରବୀନା। ରବିନାଙ୍କ ଗୋଟିଓ ଝିଅ ରାଶା ଓ ପୁଅ ରଣବୀର ଅଛନ୍ତି । ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ସହିତ ଜନ୍ମଦିନ ପାଳିବା ହିଁ ପ୍ରକୃତ ସେଲିବ୍ରେସନ ବୋଲି କହିଛନ୍ତି ରବିନା । ବର୍ତ୍ତମାନ ରବିନା ତାଙ୍କ ଝିଅ ରାଶାଙ୍କ ସହିତ ୟୁଏସରେ ରହୁଛନ୍ତି । ମୁମ୍ବାଇରେ ସ୍ବାମୀ ଓ ପୁଅ ରହୁଥିବାରୁ ଜନ୍ମଦିନ ପାଇଁ ସେ ମୁମ୍ବାଇ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.